ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳା ଜୋତା କିଣିବା ସମୟରେ ସାଧାରଣତଃ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ରହନ୍ତି। ଶୀଘ୍ର ମଇଳା ହୋଇଯାଉଥିବାରୁ ଓ ଦାଗ ଲାଗି ଯାଉଥିବାରୁ ଅଧିକାଂଶ ଲୋକେ ଇଚ୍ଛା ଥିଲେ ବି ଏହାକୁ କିଣିବା ପାଇଁ ପସନ୍ଦ କରି ନଥା’ନ୍ତି। ଅନ୍ୟପକ୍ଷରେ ସ୍କୁଲ୍‌ଗୁଡ଼ିକରେ ବିଶେଷ ଭାବେ ଧଳା ଜୋତା ଉପରେ ଗୁରୁତ୍ୱ ଦିଆଯାଏ। ତେବେ ଛୋଟ ପିଲା ଏହାକୁ ଶୀଘ୍ର ମଇଳା କରି ଦେଇଥା’ନ୍ତି। ହେଲେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାକୁ ବେଶ୍ ସହଜରେ ସଫା କରି ହେବ। ତା’ହେଲେ ଆସନ୍ତୁ ଜାଣିବା ସେସବୁ ସହଜ ଉପାୟଗୁଡ଼ିକ ସମ୍ପର୍କରେ।

୧. ଗୋଟିଏ ପାତ୍ରରେ ଗରମ ପାଣି ନେଇ ସେଥିରେ ବେକିଂ ସୋଡ଼ା ଓ ହ୍ୱାଇଟ୍‌ ଭିନେଗାର ପକାନ୍ତୁ। ଏହାକୁ ଭଲ ଭାବରେ ମିଶାନ୍ତୁ। ଏହାପରେ ଜୋତାକୁ ସେଥିରେ ଭିଜାନ୍ତୁ। କିଛି ସମୟ ପରେ ଜୋତାରୁ ଲେସ୍‌ଗୁଡ଼ିକୁ ବାହାର କରିନିଅନ୍ତୁ ଓ ତା’ପରେ ବ୍ରଶ୍‌ରେ ଧୀରେ ଧୀରେ ଜୋତାକୁ ସଫା କରନ୍ତୁ। ଦେଖିବେ ଜୋତା ପୂର୍ବ ପରି ସଫା ହୋଇଯିବ।

୨. ଆପଣ ବ୍ୟବହାର କରୁଥିବା ସ୍କ୍ରବ୍‌ କିମ୍ୱା ପେଷ୍ଟରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ।

୩. ବେବି ପାଉଡର୍‌ରେ ମଧ୍ୟ ଏହାକୁ ସଫା କରିପାରିବେ।

୪. ଫେସିଆଲ୍‌ ସମୟରେ ବ୍ୟବହୃତ ହେଉଥିବା କଣ୍ଟେନର୍‌ ଓ ବ୍ଲିଚ୍‌ରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ। କିନ୍ତୁ ଅନେକ ସମୟରେ ବ୍ଲିଚ୍‌ର ବ୍ୟବହାର ଯୋଗୁ ଧଳା ଜୋତା ହଳଦିଆ ହୋଇଯିବାର ଦେଖାଯାଏ।

ମନେ ରଖନ୍ତୁ

୧. ଜୋତାକୁ କେବେ ବି ୱାଶିଂ ମେସିନ୍‌ରେ ପକାନ୍ତୁ ନାହିଁ। ଏହାଦ୍ୱାରା ଏଥିରେ ଥିବା ଫ୍ୟାବ୍ରିକ କଟନ୍‌ ନଷ୍ଟ ହୋଇଯାଇଥାଏ।



from Odisha Reporter https://ift.tt/2Sr1LHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages