ବାସନ୍ଦ କଲା ଗାଁ, ନୂଆ ଠିକଣା ଖୋଜିବାକୁ ଉଡ଼ିଗଲେ ପ୍ରେମୀ ଯୁଗଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ବାସନ୍ଦ କଲା ଗାଁ, ନୂଆ ଠିକଣା ଖୋଜିବାକୁ ଉଡ଼ିଗଲେ ପ୍ରେମୀ ଯୁଗଳ

ଆନନ୍ଦପୁର (ମୁନା ସିଂ): କୁହାଯାଏ, ଆଖିରେ ଆଖି ଥରେ ମିଶିଗଲେ ମନ ଖୋଜେ ମନର ମଣିଷକୁ । ସାଥୀ ଯଦି ପାଖେ ଥାଏ ତେବେ ପାହାଡ଼ ପରି ବିପଦକୁ ସାମନା କରିବାକୁ ମନରେ ଭୟ ଆସେ ନାହିଁ। ସମାଜର କଟକଣା ବି ବାଟ ଓଗାଳି ପାରେ ନାହିଁ।

ଏପରି ପ୍ରେମରେ ପଡ଼ି ସାତ ଜନ୍ମର ସାଥୀ ପାଲଟିଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଏକ ଆଦିବାସୀ ପ୍ରେମୀ ଯୁଗଳ। କିନ୍ତୁ ଆଦିବାସୀ ସମାଜ ଆଗରେ ସେମାନେ ଦୋଷୀ। କାରଣ  ସେମାନେ ହେଉଛନ୍ତି ସମ୍ପର୍କୀୟ ଭାଇଭଉଣୀ। ଫଳରେ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି। ପ୍ରେମ ରାଇଜରେ ଉଡ଼ି ବୁଲୁଥିବା ଏହି ପକ୍ଷୀ ମଧ୍ୟ ନୂଆ ଠିକଣା ସନ୍ଧାନରେ ଗାଁ ଛାଡ଼ି ଚାଲି ଯାଇଛନ୍ତି।

ସୂଚନା ଅନୁସାରେ, ଗାଁର ଦୁଇ ସଂପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ସମସ୍ତଙ୍କ ଅଗୋଚରରେ ହୋଇଥିଲା ମନ ଦିଆନିଆ । ଏହାପରେ କାଳେ ସମାଜ, ପରିବାର ସେମାନଙ୍କ ମଧ୍ୟରେ ପାଚେରୀ ଛିଡ଼ା କରାଇବେ ତେଣୁ ପରିବାର ଲୋକଙ୍କ ଅଗୋଚରରେ ସେମାନେ ବିବାହ ମଧ୍ୟ କରିଦେଇଥିଲେ ।  ତେବେ ଏହି ଘଟଣା ପ୍ରଘଟ ହେବା ପରେ ଗାଁରେ ସଭା ବସିଲା।

ଆଦିବାସୀ ପ୍ରଥା ଅନୁସାରେ ଭାଇ ଭଉଣୀ ମଧ୍ୟରେ ପ୍ରେମ ସଂପର୍କ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଉଭୟଙ୍କୁ ଗାଁରୁ ବାହାର କରାଯାଇଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।  ଯଦି ଉଭୟ କେବେବି ଗ୍ରାମକୁ ଫେରନ୍ତି ତେବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଖବର ପାଇ ଆନନ୍ଦପୁର ଆଇଆଇସି ଗ୍ରାମରେ ପହଞ୍ଚି ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରୁଥିବା କହିଛନ୍ତି ।



from Odisha Reporter https://ift.tt/2tANKPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages