‘କଭି ଇଦ୍‌ କଭି ଦିୱାଲି’ରେ ସଲ୍‌ମାନ୍‌ଙ୍କ ହିରୋଇନ୍ ହେବେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

‘କଭି ଇଦ୍‌ କଭି ଦିୱାଲି’ରେ ସଲ୍‌ମାନ୍‌ଙ୍କ ହିରୋଇନ୍ ହେବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଯେବେଠୁ ନିଜ ଅପକମିଂ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ଘୋଷଣା କଲେଣି ସେବେଠୁ ସମସ୍ତେ ଜାଣିବାକୁ ଚାହୁଛନ୍ତି ଯେ ଫିଲ୍ମରେ ଲିଡ୍‌ ହିରୋଇନ୍‌ କିଏ ହେବେ। ତେବେ ସଲ୍‌ମାନ୍‌ ଟ୍ୱିଟ୍ କରି ନିଜର ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେବା ପରେ କୁହାଗଲା ଯେ ଏଥିରେ ଅଭିନେତ୍ରୀ କୃତି ସେନନ୍ ଅଭିନୟ କରିବେ। ହେଲେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ ସଲ୍‌ମାନଙ୍କ ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ହେଗଡ଼େ ଲିଡ୍‌ ରୋଲ୍‌ରେ ନଜର ଆସିବେ। ସେ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ସହ ସୁପରହିଟ୍‌ କମେଡ଼ି ଫିଲ୍ମ ‘ହାଉସ୍‌ଫୁଲ୍‌ ୪’ରେ ଅଭିନୟ କରିଥିଲେ। ପୂଜାଙ୍କୁ ବଲିଉଡ୍‌ରେ ପରିଚୟ ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ‘ମହେଞ୍ଜୋଦାରୋ’ରୁ ମିଳିଥିଲା।

View this post on Instagram

Born to Rule 😉

A post shared by Pooja Hegde (@hegdepooja) on

ତେବେ ଏହି ଖବରକୁ ନିର୍ମାତା ସାଜିଦ୍‌ ନାଦିଆଦୱାଲା କନଫର୍ମ କରି କହିଛନ୍ତି, ‘ପୂଜାଙ୍କ ସହ ଫିଲ୍ମ ‘ହାଉସଫୁଲ୍‌ ୪’ରେ କାମ କରିବା ପରେ ମୋତେ ଲାଗିଲା ଯେ ସେ ଏହି ରୋଲ୍‌ ପାଇଁ ପ୍ରଯୁଜ୍ୟ ସେ ହି କାହାଣୀରେ ଅନେକ ନୂତନତା ନେଇ ଆସିବେ।’ ‘କଭି ଇଦ୍‌ କଭି ଦିୱାଲି’ ଏକ ଫ୍ୟାମିଲି ଡ୍ରାମା ଫିଲ୍ମ।  ଫିଲ୍ମରେ ପୂଜା ସଲ୍‌ମାନଙ୍କ ପ୍ରେମିକା ଭୂମିକାରେ ଭିନୟ କରିବେ।

ସୂଚନାଯୋଗ୍ୟ, ‘କଭି ଇଦ୍‌ ଓ କଭି ଦିୱାଲୀ’ର ନିର୍ଦ୍ଦେଶନା ଦେବେ ‘ହାଉସଫୁଲ୍‌ ୪’ର ନିର୍ଦ୍ଦେଶକ ଫରହାଦ୍‌ ସାମଜି। ସାଜିଦ୍‌ ନାଦିଆଦୱାଲା ଫିଲ୍ମର କାହାଣୀ ଲେଖିଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷରେ ସଲ୍‌ମାନ ଫିଲ୍ମ ‘ରାଧେ’ ମେ’ ୨୨ ତାରିଖରେ ରିଲିଜ୍ ହେବ। ଏଥିରେ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଛନ୍ତି।



from Odisha Reporter https://ift.tt/2SmxISW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages