ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ସ୍ଥିତ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ ଠିକା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମିତ ଦରମା ନଦେବା, ଗେଟ୍ ପାସ୍ ଓ ପରିଚୟ ପତ୍ର ନଦେବା, ଇପିଏଫ ଓ ଇଏସଆଇ ଜମା ନକରିବା, କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକ ସୁରକ୍ଷା ସରଞ୍ଜାମ ନଦେବା ଓ ପ୍ରତିବାଦ କଲେ କାମରୁ ଛଟେଇ କରିବା ଭଳି କମ୍ପାନୀର ମନମୁଖୀ କାର୍ଯ୍ୟକୁ ଠିକା ଶ୍ରମିକମାନେ ବିରୋଧ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାରଣ ନୀତିରୁ ବିରତ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏନେଇ ଗତକାଲି ପାରାଦୀପ ପୋର୍ଟ ଡକ୍ ମଜଦୁର ୟୁନିୟନ କାର୍ଯ୍ୟାଳୟ ପରିସରରେ ଶ୍ରମିକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଏ ସମ୍ପର୍କରେ ପାରାଦୀପ ପୋର୍ଟ ଡକ୍ ମଜଦୁର ୟୁନିଅନର ଉପଦେଷ୍ଟା ଉଚ୍ଛବ ସ୍ୱାଇଁ କହିଛନ୍ତି, “କମ୍ପାନୀ କର୍ତ୍ତୃପକ୍ଷ ଆମ କଥା ନମାନିଲେ ଆମେ ୟୁନିୟନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବୁ। ଏଥିସହ କମ୍ପାନୀର ଗେଟ୍ ପାଖରେ ଜୀବନକୁ ବଳି ଦେବା ପାଇଁ ପ୍ରସ୍ତୁତ ରହିବୁ।”
from Odisha Reporter https://ift.tt/2VjcpTQ
No comments:
Post a Comment