ନୂଆଦିଲ୍ଲୀ: ସାମ୍ସଙ୍ଗ୍ ଭାରତରେ ଏକ ନୂଆ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏଇ ୨୫ ତାରିଖରେ କମ୍ପାନୀ ଏଠାରେ Galaxy M31 ଲଞ୍ଚ୍ କରିବ। ତେବେ ଲଞ୍ଚ୍ ପୂର୍ବରୁ ଏହି ଫୋନ୍ର ଫିଚର୍ ସମ୍ପର୍କିତ ସୂଚନା ଲିକ୍ ହୋଇଯାଇଛି। ଏହି ଫୋନ୍ଟି Galaxy M30ର ଅପ୍ଡେଟ୍ ଭର୍ସନ୍ ବୋଲି ଜଣାପଡ଼ିଛି।
ଏହାର ବିକ୍ରି ୨୫ ଫେବୃଆରୀରୁ ହିଁ ଆରମ୍ଭ ହୋଇଯିବ। ଗ୍ରାହକ ଏହି ଫୋନ୍ଟିକୁ Amazon India ୱେବ୍ସାଇଟ୍ ଓ ସାମ୍ସଙ୍ଗ୍ର ୱେବସାଇଟ୍ରୁ କିଣିପାରିବେ। ଏବେ କେବଳ ଅନ୍ଲାଇନ୍ରେ ହିଁ ଗ୍ରାହକ ଏହାକୁ କିଣିପାରିବେ। ପରବର୍ତ୍ତୀ ସମୟରେ ଏହା ଅଫ୍ଲାଇନ୍ରେ ମିଳିବ।
ଫିଚର:
କମ୍ପାନୀ ଏହି ଫୋନ୍କୁ MegaMonster ହ୍ୟାଶ୍ଟ୍ୟାଗ୍ ସହ ପ୍ରୋମୋଟ୍ କରୁଛି। ଏଥିରେ ବଡ଼ ବ୍ୟାଟେରୀ, କ୍ୟାମେରା ଓ ଡିସ୍ପ୍ଲେ ମିଳିବ। ସୂଚନା ମୁତାବକ, ଏହି ଫୋନ୍ଟିକୁ ୬ଜିବି ରାମ୍ ୬୪ ଜିବି ଷ୍ଟୋରେଜ୍ ଓ ୬ ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ୍ ସହ ଦୁଇ ପ୍ରକାରରେ ଲଞ୍ଚ୍ କରାଯିବ। ଏହାର ମୂଲ୍ୟ ୧୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେବ।
Galaxy M31ରେ ଆପଣଙ୍କୁ ଫୁଲ୍ ଏଚ୍ଡି ସୁପର ଆମୋଲେଡ୍ ଡିସ୍ପ୍ଲେ, Exynos 9611 ପ୍ରୋସେସର୍, Android 10 ଅପଡେଟ୍ ଓ 6,000mAh ବ୍ୟାଟେରୀ ସହ ୧୫ ୱାଟ୍ ଫାଷ୍ଟଚାର୍ଜ ସପୋର୍ଟ ମିଳିବ। ଫଟୋଗ୍ରାଫି ପାଇଁ ଏହାର ପଛରେ 64MP+8MP+5MP+5MPର କ୍ୱାଡ୍ କ୍ୟାମେରା ରହିଛି। ଏଥିସହ ସେଲ୍ଫି ପାଇଁ ଏଥିରେ 32MPର ଫ୍ରଣ୍ଟ୍ କ୍ୟାମେରା ରହିଛି।
from Odisha Reporter https://ift.tt/2SQbo40
No comments:
Post a Comment