ଶରଜିଲ ସମର୍ଥନରେ ନାରାବାଜି, ଦେଶଦ୍ରୋହ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ଶରଜିଲ ସମର୍ଥନରେ ନାରାବାଜି, ଦେଶଦ୍ରୋହ ମାମଲା ରୁଜୁ

ମୁମ୍ୱାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜିଲ ଇମାମ ସମର୍ଥନରେ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଶରଜିଲ ସମର୍ଥନରେ ନାରାବାଜି କରିଥିବା ସମସ୍ତ ଆୟୋଜକଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଫେବୃଆରୀ ୧ ତାରିଖରେ ‘ମୁମ୍ୱାଇ ପ୍ରାଇଡ ସୋଲିଡାରିଟି ଗେଦେରିଙ୍ଗ ୨୦୨୦’ ନାରା ଦେଇ ମୁମ୍ୱାଇର ଆଜାଦ ମଇଦାନରେ ଶରଜିଲ ସମର୍ଥନରେ ଏକାଠି ହୋଇଥିଲେ ଅନେକ। ଏହି ରାଲିରେ ଶରଜିଲର ଗିରଫକୁ ବିରୋଧ କରାଯିବା ସହିତ ତା ସମର୍ଥନରେ ନାରାବାଜି ହୋଇଥିଲା। ଆଜାଦ ମଇଦାନ ପୁଲିସ ଷ୍ଟେସନରେ ଏ ନେଇ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଆସାମକୁ ଭାରତରୁ ଅଲଗା କରିବାକୁ ଆହ୍ୱାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲା ଶରଜିଲ ଇମାମ। ଜେଏନୟୁର ଏହି ଛାତ୍ର ସିଏଏ ଏବଂ ଏନଆରସିକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା। ଏହାପରେ ଜାନୁଆରୀ ୨୮ରେ ଶରଜିଲକୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ବିହାର ପୁଲିସ ସହାୟତାରେ ବିହାରର ଜେହେନାବାଦଠାରୁ ଗିରଫ କରିଥିଲା।



from Odisha Reporter https://ift.tt/3b2ah8y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages