ତ୍ୱଚାରେ ଚମକ ଆଣେ ଅଙ୍ଗୁର ଫେଶ୍‌ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ତ୍ୱଚାରେ ଚମକ ଆଣେ ଅଙ୍ଗୁର ଫେଶ୍‌ ପ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗୁରରେ ରହିଛି ଭିଟାମିନ୍‌ ‘ସି’ ଓ ଭିଟାମିନ୍‌ ‘କେ’, ଯାହା ସ୍କିନ୍‌ ସେଲ୍‌କୁ ସୁସ୍ଥ ରଖି ମୁହଁକୁ ଉଜ୍ଜ୍ୱଳ କରିଥାଏ। ତେଣୁ ଆପଣ ଚାହିଁଲେ ଉଜ୍ଜ୍ୱଳ ତ୍ୱଚା ପାଇଁ ଅଙ୍ଗୁରର ଫେଶ୍‌ ପ୍ୟାକ୍‌ ପ୍ରସ୍ତୁତ କରି ଲଗାଇ ପାରିବେ।

ତେଲିଆ ହେଉ କିମ୍ୱା ଶୁଷ୍କ, ସବୁ ତ୍ୱଚା ପାଇଁ ଅଙ୍ଗୁର ଫେଶ୍‌ ପ୍ୟାକ୍‌ ଉପକାରୀ। ତ୍ୱଚାରୁ ଡେଡ୍‌ ସେଲ୍ ବାହାର କରିବାରେ ଏହି ପ୍ୟାକ୍ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଙ୍ଗୁର ଫେଶ୍‌ ପ୍ୟାକ୍‌ର ପ୍ରସ୍ତୁତି ଓ ଏହାର ବ୍ୟବହାର ବିଷୟରେ।

୧. ଖରା ଯୋଗୁଁ ତ୍ୱଚା ଲାଲ୍‌ କିମ୍ୱା ଶୁଷ୍କ ହେଉଥିଲେ, ଅଙ୍ଗୁର ଫେଶ୍‌ ପ୍ୟାକ୍‌ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ସବୁଜ କିମ୍ୱା କଳା ରଙ୍ଗର ଅଙ୍ଗୁରକୁ ଗ୍ରାଇଣ୍ଡିଂ କରି ସେଥିରେ କିଛି ଗୋଲାପ ଜଳ ମିଶାନ୍ତୁ। ଭଲ ଭାବରେ ଏହି ମିଶ୍ରଣକୁ ମିଶାଇବା ପରେ ମୁହଁରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ଆପଣ ଚାହିଁଲେ ରେଗୁଲାର୍‌ ବ୍ୟବହାର କରୁଥିବା କ୍ରିମ୍‌କୁ ମୁହଁରେ ଲଗାଇପାରିବେ। ଏହିପରି ଭାବେ ଅଙ୍ଗୁର ଫେଶ୍‌ ପ୍ୟାକ୍‌ ସପ୍ତାହକୁ ୨ରୁ ୩ ଥର ଲଗାନ୍ତୁ।

୨. ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ, ତା’ହେଲେ ଅଙ୍ଗୁରକୁ ଗ୍ରାଇଣ୍ଡିଂ କରିବା ସମୟରେ ସେଥିରେ କିଛି ମହୁ ମିଶାନ୍ତୁ। ସେହିପରି ସ୍କିନ୍‌ ଅଏଲି ଥିଲେ, ଅଙ୍ଗୁରରେ ଅଳ୍ପ ଗାଜରକୁ ଗ୍ରାଇଣ୍ଡିଂ କରି ମୁହଁରେ ଲଗାନ୍ତୁ। ଏହି ମିଶ୍ରଣକୁ ୨୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଆସିବ।

ଧ୍ୟାନ ଦିଅନ୍ତୁ

ଯଦି ଆପଣଙ୍କର କୌଣସି ପ୍ରକାର ସ୍କିନ୍ ଇନ୍‌ଫେକସନ୍‌ ରହିଛି, ତା’ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ପ୍ୟାକ୍‌ ମୁହଁରେ ଲଗାନ୍ତୁ ନାହିଁ।



from Odisha Reporter https://ift.tt/2UnRVJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages