‘ଟିମ୍‌ ଟ୍ରମ୍ପ’କୁ ‘ଶଙ୍ଖନାଦ’ରେ ସ୍ୱାଗତ, ୨୨ କିଲୋମିଟରର ରୋଡ୍‌ ଶୋ’ରେ ଗଲେ ସାବରମତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

‘ଟିମ୍‌ ଟ୍ରମ୍ପ’କୁ ‘ଶଙ୍ଖନାଦ’ରେ ସ୍ୱାଗତ, ୨୨ କିଲୋମିଟରର ରୋଡ୍‌ ଶୋ’ରେ ଗଲେ ସାବରମତୀ

ଅହମଦାବାଦ: ୨ ଦିନିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅହମଦାବାଦ୍‌ଠାରେ ‘ଶଙ୍ଖନାଦ’ କରି ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍‌ରୁ ପ୍ରଥମେ ଟ୍ରମ୍ପଙ୍କ ସହ ପତ୍ନୀ ବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓହ୍ଲାଇଥିଲେ।

ଏହା ପୂର୍ବରୁ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ପ୍ରସ୍ତୁତ ଥିଲେ। ମୋଦି ଓ ଟ୍ରମ୍ପ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାପରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ରହିଥିବାରୁ ଏପରି ଆଲିଙ୍ଗନ ଜାରି ରହିବ ବୋଲି କୁହାଯାଉଛି।

ଟ୍ରମ୍ପ ବିମାନବନ୍ଦରରୁ ଓହ୍ଲାଇବା ମାତ୍ରେ ପୂର୍ବରୁ ଧାଡ଼ି କରି ସୁସଜ୍ଜିତ ଗୁଜରାଟୀ କଳାକାରଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ନୃତ୍ୟ ମଧ୍ୟ ସାମିଲ ହୋଇଥିଲା। ଏହାର ରଙ୍ଗକୁ ଦ୍ୱିଗୁଣିତ କରୁଥିଲା ଢୋଲର ଶବ୍ଦ। ଏହି ନୃତ୍ୟ ଓ ବାଦ୍ୟକୁ ମୋଦିଙ୍କ ସହ ଟ୍ରମ୍ପ ଏବଂ ମେଲାନିଆ ରେଡ୍‌ କାର୍ପେଟ୍‌ରେ ଚାଲିଚାଲି ଉପଭୋଗ କରିଥିଲେ। ଏହାପରେ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍‌ ମଧ୍ୟ ବିମାନରୁ ଓହ୍ଲାଇଥିଲେ।

ଏବେ ସେମାନେ ୨୨ କିଲୋମିଟରରେ ରୋଡ୍‌ ଶୋ’ରେ ବାହାରି ଯାଇଛନ୍ତି। ସେମାନେ ଏହାପରେ ମହାତ୍ମା ଗାନ୍ଧିଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମକୁ ଯିବେ। ବାଟରେ ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିଥିଲା। ଏଥିସହ ରାସ୍ତାର ଦୁଇପଟେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ସେପଟେ ‘ନମସ୍ତେ ଟ୍ରମ୍ପ’ ପାଇଁ  ମୋଟେରା ଷ୍ଟାଡିଅମ୍‌ ମଧ୍ୟ ଖଚାଖଚ୍‌ ଭିଡ଼ ସହ ପ୍ରସ୍ତୁତ ରହିଛି।



from Odisha Reporter https://ift.tt/3c4TKkD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages