ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।
ଏହାମଧ୍ୟରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା ପୀଠ, ଯାଜପୁରର ମା’ ବିରଜା ପୀଠ, କେନ୍ଦୁଝରର ପ୍ରଭୁ ବଳଦେବ ଜୀଉ ମନ୍ଦିର, କୋରାପୁଟର ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଏବଂ ନବରଙ୍ଗପୁର ପାପଡ଼ାହାଣ୍ଡିର ନୀଳକଣ୍ଠେଶ୍ୱର ଏଭଳି ମୋଟ ୧୦ଟି ମନ୍ଦିର ରହିଛି। ଏହାବ୍ୟତୀତ ତାଲିକାରେ ୫ଟି ଚର୍ଚ୍ଚ, ୬ଟି ମସ୍ଜିଦ୍ ଓ ୨ଟି ଗୁରୁଦ୍ୱାରା ମଧ୍ୟ ରହିଛି।
from Odisha Reporter https://ift.tt/2Pw2C9j
No comments:
Post a Comment