ଗ୍ରାହକ ସାଜି ୪ ଦଲାଲଙ୍କୁ ଉଠାଇ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ଗ୍ରାହକ ସାଜି ୪ ଦଲାଲଙ୍କୁ ଉଠାଇ ନେଲା ପୁଲିସ୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ  ହେବ।  ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ଉପରେ ପଡ଼ିବ ମୋଟା ଅଙ୍କର ଜୋରିମାନା।  ଏହି ସମୟସୀମା ସରିବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏବେଠୁ ବଲାଙ୍ଗିର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଦଲାଲମାନେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ସହଜରେ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ କରାଇଦେବାକୁ କହି ଲୋକଙ୍କଠାରୁ ଦଲାଲମାନେ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି।

ଗତ କିଛି ଦିନ ତଳେ ବଲାଙ୍ଗିର ପୁଲିସ୍‌ କିଛି ଦଲାଲଙ୍କୁ ଗିରଫ କରିଥିଲା। ଏହାସତ୍ତ୍ୱେ ପୁଣି କିଛି ଦଲାଲ ସକ୍ରିୟ ହୋଇଥିବା ଟାଉନ ଥାନା ପୁଲିସ୍‌ ଖବର ପାଇଥିଲା। ତା’ପରେ ବଲାଙ୍ଗିର ଟାଉନ୍‌ ପୁଲିସ୍‌ ଦଲାଲମାନଙ୍କୁ ଗିରଫ କରିବା ପାଇଁ ବ୍ଲୁ ପ୍ରୀଣ୍ଟ ପ୍ରସ୍ତୁତ କରିଥିଲା।

ଯୋଜନା ମୁତାବକ ଟାଉନ ଥାନାର ଏ.ଏସ୍‌.ଆଇ ଦୟାନନ୍ଦ ଷଡ଼ଙ୍ଗୀ ନିଜ ଷ୍ଟାପ ସହିତ ଗ୍ରାହକ ସାଜି ଆର.ଟି.ଓ ଅଫିସକୁ ଯାଇଥିଲେ।  ସେଠାରେ ୪ ଜଣ ଦଲାଲ ଡିଏଲ୍‌ କରାଇ ଦେବା ପାଇଁ ହଜାରେ ଟଙ୍କା ଦାବି କରୁଥିଲେ। ସଙ୍ଗେସଙ୍ଗେ ଏସ୍‌ଆଇ ପୂର୍ଣ୍ଣିମା ହେମ୍ରମଙ୍କ ନେତୃତ୍ୱରେ ଆଗରୁ ଛକି ଥିବା ସ୍ୱତନ୍ତ୍ର ପୁଲିସ୍‌ ଟିମ୍ ଚଢ଼ଉ କରି ଉକ୍ତ ୪ ଦଲାଲଙ୍କୁ କାବୁ କରିଥିଲେ। ସେମାନଙ୍କଠାରୁ ପୁଲିସ୍‌ ଦୁଇଟି ବାଇକ୍‌, ତିନୋଟି ମୋବାଇଲ ଫୋନ୍ ଏବଂ ୩୩ ଶହ ଟଙ୍କା ଜବତ କରିଛି। ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଗିରଫ ଦଲାଲମାନେ ହେଲେ ବଲାଙ୍ଗିର ସହର କନ୍ଧପାଲିପଡ଼ାର ମଶିଚରଣ ବାରିକ, ଆରଟିଓ ଛକର ରୁଦ୍ରପ୍ରତାପ ଶତପଥୀ, ପାଟଣାଗଡ଼ ଥାନା ସମଲେଶ୍ୱର ଗାଁର ବଜରଙ୍ଗ ଭୋଇ ଓ ପାଟଣାଗଡ଼ ବ୍ରହ୍ମପୁରାର ଅପୂର୍ବ ପରିଡ଼ା। ଏନେଇ  ସାମ୍ୱାଦିକ ସମ୍ମିଳନୀରେ ବଳାଙ୍ଗିର ଏସ୍‌.ଡି.ପି.ଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।



from Odisha Reporter https://ift.tt/32zb3Ga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages