ମଦ ବେପାରୀଙ୍କ ମାଡ଼ରେ ୫ ମହିଳା ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ମଦ ବେପାରୀଙ୍କ ମାଡ଼ରେ ୫ ମହିଳା ଗୁରୁତର

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ପଞ୍ଚାୟତର ବାଉଁଶଖୁଣ୍ଟା ଗାଁରେ ମଦ ବେପାରୀଙ୍କ ମାଡ଼ରେ ସ୍ୱୟଂ ସହାୟକ ଗୋଷ୍ଠୀର ୫ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ  ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରେ ମଦ ବିରୋଧୀ ଆନ୍ଦୋଳନ କରୁଥିଲେ। ଏହି ସମୟରେ ମଦ ବେପାରୀମାନେ  ସେମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଥିସହ ଜଣେ ପୁରୁଷ ମଧ୍ୟ ଆହତ ହୋଇଛନ୍ତି।

ଗୁରୁତରମାନେ ହେଲେ ଦ୍ରୌପଦୀ ଦରେଇ, ଯମୁନା ନାୟକ, ମେନକା ମାଝୀ, ସୁଲୋଚନା ମାଝୀ, ଲକ୍ଷ୍ମୀପ୍ରିୟା ଦାସ ଓ ପୂର୍ଣ୍ଣଚନ୍ଦ୍ର ମଙ୍ଗଳ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତା’ ସହିତ ପୁଲିସ୍ ଏ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2V7Mm24

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages