ଦନ୍ତା ମାରିବାକୁ ଯୋଜନା କରୁଥିଲେ ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ଦନ୍ତା ମାରିବାକୁ ଯୋଜନା କରୁଥିଲେ ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ କରଡ଼ା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦୁଇ ଜଣ  ହାତୀ ଶିକାରୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଗୌରାଙ୍ଗ ଦେଦୁରୀ ଓ ମନୋଜ ବେହେରା। ସେମାନେ ଦନ୍ତା ମାରିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି।

ଆଗରୁ ଗୌରାଙ୍ଗ ଓ ମନୋଜ ବହୁ ହାତୀ ଶିକାରରେ ସଂପୃକ୍ତ ଥିଲେ ବୋଲି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି।  ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ବାରୁଦ ଓ ଗୁଳି ଆଦି ଜବତ ହୋଇଛି। ଏମାନେ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ସହଯୋଗୀ ଥିଲେ। ଫେବ୍ରୁଆରୀ ୯ ତାରିଖରେ କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଥିଲା। ତା’ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଥିଲା।



from Odisha Reporter https://ift.tt/2v2rXAR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages