ଚୁଡ଼ା ଖିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ଚୁଡ଼ା ଖିରି

ଆବଶ୍ୟକ ସାମଗ୍ରୀ: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, କାଜୁ-କିସ୍‌ମିସ୍‌ ଓ ଘିଅ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଚୁଡ଼ାକୁ ପାଣିରେ ଭଲ ଭାବେ ଧୋଇ ଚିପୁଡ଼ି ଏକ ପାତ୍ରରେ ରଖିଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ଅଳ୍ପ ଘିଅ ଗରମ କରି ଏଥିରେ ଧୁଆ ଚୁଡ଼ାକୁ ପକାଇ ହାଲକା ଭାଜନ୍ତୁ। ଚୁଡ଼ା ଟିକେ ଭାଜି ହୋଇଗଲେ ଏହାକୁ ଏକ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ।

ଏବେ କଡ଼େଇରେ ଆଉ ଟିକେ ଘିଅ ଗରମ କରି ଏଥିରେ କାଜୁ-କିସ୍‌ମିସ୍‌ ପକାଇ ହାଲ୍‌କା ଭାଜନ୍ତୁ ଓ କାଢ଼ି ରଖିଦିଅନ୍ତୁ। ଏହା ପରେ ଏକ ପାତ୍ରରେ କ୍ଷୀରରେ ଗୁଜୁରାତି ପକାଇ ଫୁଟାନ୍ତୁ। କ୍ଷୀର ଫୁଟି ମରିଗଲେ ସେଥିରେ ଚୁଡ଼ା ପକାନ୍ତୁ। ଚୁଡ଼ା ଟିକେ ଖୋଲି ଗଲା ପରେ ଏଥିରେ ଚିନି, ମିଲ୍କମେଡ୍, ନଡ଼ିଆ କୋରା ଓ ଭଜା କାଜୁ-କିସ୍‌ମିସ୍‌ ପକାଇ କିଛି ସମୟ ଫୁଟାନ୍ତୁ। କ୍ଷୀର ଓ ଚୁଡ଼ା ମିଶି ଖିରି ଭଳି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚୁଡ଼ା ଖିରି’।



from Odisha Reporter https://ift.tt/37L1jK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages