ରାତିରେ ରିସେପ୍ସନ ଭୋଜି, ଦିନରେ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ଅର୍ଦ୍ଧେନ୍ଦୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ରାତିରେ ରିସେପ୍ସନ ଭୋଜି, ଦିନରେ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଡାକ୍ତରୀ ଝିଅ ପଲ୍ଲବୀଙ୍କ ହାତ ଧରିଛନ୍ତି ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ। ଫେବୃଆରୀ୨୬ ତାରିଖ ଦିନ ଉଭୟ ବୈଦିକ ରୀତିରେ ବିବାହ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ଦୁହିଁଙ୍କର ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ବିବାହରେ ଯେମିତି ବଡ଼ବଡ଼ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ରିସେପସନ୍‌ରେ ମଧ୍ୟ ସେମିତି କିଛି ଲୋକଙ୍କ ଦେଖିବାକୁ ମିଳିଲା। ଗତକାଲି ଅର୍ଦ୍ଧେନ୍ଦୁଙ୍କ ରିସେପ୍‌ସନ୍‌ ପାର୍ଟିରେ ଓଲିଉଡ୍‌ର ଆଗଧାଡିର କଳାକରମାନଙ୍କୁ ଦେଖିବାକୁ ମିଳିଥିଲା।

ଅର୍ଦ୍ଧେନ୍ଦୁ ଅତିଥିମାନଙ୍କ ଚର୍ଚ୍ଚାରେ କୌଣସି ଅଭାବ ରଖିନଥିଲେ। ରାଜକୀୟ ଢଙ୍ଗରେ ପେଣ୍ଡାଲ୍‌ ସଜାଯାଇଥିଲା। ବାଜା, ବାଣ, ନାଚ ଗୀତରେ ପୂରା ପରିବେଶ କମ୍ପିଯାଇଥିଲା। ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀଙ୍କ ଫଟୋକୁ ନେଇ ରିସେପ୍‌ସନ୍‌ର ଏକ କୋଣ ସଜ୍ଜା ଯାଇଥିଲା। ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଥିଲା।

ଯାହା ସୂଚନା ମିଳିଛି, ରାତିରେ ରିସେପସନ୍‌ ପାର୍ଟିର ଆରମ୍ଭ ହେବା ପୂର୍ବରୁ ଅର୍ଦ୍ଧେନ୍ଦୁ ଗରିବ ଲୋକମାନଙ୍କୁ ଖାଇବାକୁ ଦେଇଥିଲେ। ଦିନରେ ଶତାଧିକ ଗରୀବ ଲୋକଙ୍କୁ ଖାଇବାକୁ ଦେଇ ଅର୍ଦ୍ଧେନ୍ଦୁ ତାଙ୍କ ନୂଆ ଜୀବନର ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ‘ବ୍ଲାକ୍‌ମେଲ୍‌’, ‘ମୁଁ ପରଦେଶୀ ଚଢେଇ’, ଟପୋରୀ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଦ୍ଧେନ୍ଦୁ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ତମନ୍ନାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରି ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ।



from Odisha Reporter https://ift.tt/2T8tWN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages