ମ୍ୟାଟ୍ରିକ ପରୀକ୍ଷା ଦେଇ ଫେରୁଥିଲେ, ଓଲଟି ପଡ଼ିଲା ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ମ୍ୟାଟ୍ରିକ ପରୀକ୍ଷା ଦେଇ ଫେରୁଥିଲେ, ଓଲଟି ପଡ଼ିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଜୁନାପାଣି ଗାଁ ନିକଟରେ ସ୍କୁଲ ଅଟୋ ଓଲଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁସାରେ, ତେଲନଦୀ ଆଶ୍ରମ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ଏକ ଅଟୋ ଯୋଗେ ଝରିଗାଁ ନୋଡ଼ାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଗତକାଲି ପରୀକ୍ଷା ଦେଇ ସେମାନେ ଅପରାହ୍ନ ୪ଟାରେ ଉକ୍ତ ଅଟୋରେ ଫେରୁଥିଲେ। ଏହି ସମୟରେ ଜୁନାପାଣି ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।  

ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଅଟୋକୁ ଜବତ କରି  ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/39ljXKl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages