ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଗ ଡାଲି ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ। ପ୍ରାୟ ସମସ୍ତଙ୍କ ଘରେ ମୁଗ ଡାଲି ହୋଇଥାଏ। ଏଥିରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ତେବେ ଏହା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ। ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହି ଡାଲି ପେଟ ପାଇଁ ଭଲ। ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ। ଏହା ବ୍ୟତୀତ ଆହୁରି ଅନେକ ଉପକାର କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ମୁଗ ଡାଲି ଖାଇଲେ, ଶରୀରକୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ।
୧. ମୁଗ ଡାଲି ଶରୀରର ମେଟାବୋଲିଜିମ୍କୁ ଠିକ୍ ରଖେ।
୨. ଏଥିରେ ଥିବା ଫାଇବର୍ ପାଚନ ତନ୍ତ୍ରକୁ ମଜବୁତ୍ ରଖିଥାଏ।
୩. ଯଦି ଆପଣ ନିଜ ଡାଏଟ୍ରେ ମୁଗ ଡାଲିକୁ ସାମିଲ କରିବେ, ତା’ହେଲେ ଓଜନ କମ୍ କରିପାରିବେ। ଏଥିରେ ଥିବା ହାଇ ପ୍ରୋଟିନ୍ ପେଟକୁ ଗଲେ ଭୋକ କମ୍ ଲାଗିଥାଏ। ତେଣୁ ଓଜନ ହ୍ରାସ ହୋଇଥାଏ।
୪. ମୁଗ ଡାଲିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର୍ ଭରପୂର ମାତ୍ରାରେ ଥିବାରୁ ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇଥାଏ।
୫. ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
from Odisha Reporter https://ift.tt/3ahoBbY
No comments:
Post a Comment