ଚେନ୍ନାଇ: ପ୍ରସିଦ୍ଧ ଲେଖିକା ତସଲିମା ନସରୀନ୍ ମୁସଲିମ୍ ପ୍ରଥା ଓ ପରମ୍ପରା ବାବଦରେ ପୁଣି ଏକ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ ଏଆର ରହମାନଙ୍କ ଝିଅ ଖତିଜାଙ୍କ ବୁର୍ଖା ପିନ୍ଧାକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ତସଲିମା କହିଛନ୍ତି ଖତିଜା ବୁର୍ଖା ପିନ୍ଧିବାର ଦେଖିଲେ ତାଙ୍କୁ ରୁନ୍ଧି ହେବା ପରି ଲାଗେ।
I absolutely love A R Rahman's music. But whenever i see his dear daughter, i feel suffocated. It is really depressing to learn that even educated women in a cultural family can get brainwashed very easily! pic.twitter.com/73WoX0Q0n9
— taslima nasreen (@taslimanasreen) February 11, 2020
ବର୍ଷକ ତଳେ ହିଁ ଏଆର ରହମାନଙ୍କୁ କିଛି ଲୋକ ଟ୍ରଲ୍ କରି ଝିଅକୁ ବୁର୍ଖା ପିନ୍ଧିବାକୁ କହିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହାର ଜବାବରେ ରହମାନ କହିଥିଲେ, ମୋ ପରିବାରରେ କିଏ କ’ଣ ପିନ୍ଧିବ ତାହା ତାଙ୍କ ଇଛା। ତେବେ ବର୍ତ୍ତମାନ ତସଲିମା ଖତିଜାଙ୍କର ଏକ ଫଟୋ ସହ ଯେଉଁ ଟ୍ୱିଟ୍ କରିଛନ୍ତି ତାହା ଚର୍ଚ୍ଚାରେ ରହିଛି।
ସେ ଏହି ଟ୍ୱିଟରେ କହିଛନ୍ତି, ମୋତେ ଏଆର ରହମାନଙ୍କ ଗୀତ ଭଲଲାଗେ। କିନ୍ତୁ ଯେତବେଳେ ବି ତାଙ୍କ ପ୍ରିୟ ଝିକୁ ଦେଖେ ମୁଁ ରୁନ୍ଧି ହୋଇଯାଏ। ଚିନ୍ତାର ବିଷୟ ହେଉଛି ଏପରିକି ସଂସ୍କୃତି ସମ୍ପନ୍ନ ପରିବାରର ଶିକ୍ଷିତ ମହିଳା ମଧ୍ୟ ସହଜରେ ବ୍ରେନ୍ୱାଶ୍ ହୋଇଯାଇ ପାରୁଛନ୍ତି।
ତେବେ ଖତିଜା ଇନଷ୍ଟାଗ୍ରାମ୍ରେ ଏହାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେ କ’ଣ ପିନ୍ଧିବେ ତାଙ୍କର ନିଷ୍ପତ୍ତି। ତସଲିମା ଯଦି ରୁନ୍ଧି ହୋଇଯାଉଛନ୍ତି, ସେ ସତେଜ ପବନରେ ଟିକେ ବୁଲି ଆସିବା ଦରକାର। ଖତିଜା କହିଛନ୍ତି, ଗତ ବର୍ଷକରେ ସେ ବହୁତ କିଛି ବଦଳିଛନ୍ତି। ସେ ସେସବୁ ଅନୁଭବ କରିଛନ୍ତି, ଯାହା ଆଗରୁ ଅନୁଭବ କରିନଥିଲେ। ସେ ଏହି ଇନ୍ଷ୍ଟାଗ୍ରାମରେ ତସଲିମାଙ୍କୁ ‘ଫେମିନିଜିମ୍’ର ପାଠ ପଢ଼ାଇଛନ୍ତି।
from Odisha Reporter https://ift.tt/2UXHOey
No comments:
Post a Comment