ଶହୀଦଙ୍କ ନାଁରେ ଶପଥ ନେଲେ କେଜ୍ରିୱାଲ୍‌ଙ୍କ ଜଣେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଶହୀଦଙ୍କ ନାଁରେ ଶପଥ ନେଲେ କେଜ୍ରିୱାଲ୍‌ଙ୍କ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଥିବା ବେଳେ ତାଙ୍କ ସହିତ ୬ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଗୋପାଳ ରାୟ ଅଛନ୍ତି। ସାଧାରଣତଃ ଈଶ୍ୱରଙ୍କ ନାଁରେ ସମସ୍ତେ ଶପଥ ନିଅନ୍ତି। କିନ୍ତୁ ଗୋପାଳ ରାୟ ଆଜି ଈଶ୍ୱରଙ୍କ ନାଁରେ ଶପଥ ନେଇ ନଥିଲେ। ସେ ଦେଶର ଶହୀଦଙ୍କ ନାଁରେ ଶପଥ ନେଇଥିଲେ। ଏହା ଶୁଣି ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗୋପାଳ ରାୟ ବାବରପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି। ସେ ୭୬, ୧୭୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ନରେଶ ଗୌର ୪୦,୯୦୮ ଖଣ୍ଡ ଭୋଟ୍ ପାଇଥିଲେ।

ଗୋପାଳ ରାୟ ଗତ ଥର ମଧ୍ୟ ଏହି ଆସନରୁ ଜିତିଥିଲେ ଓ କେଜ୍ରିୱାଲଙ୍କ କ୍ୟାବିନେଟ୍‌ର ସଦସ୍ୟ ହୋଇଥିଲେ। ସେ ଏଥର ବି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/2SviVVL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages