ଚକ୍‌ଲେଟ୍‌ ହିରୋରୁ କେମିତି ହେଲେ କବିର୍‌ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ଚକ୍‌ଲେଟ୍‌ ହିରୋରୁ କେମିତି ହେଲେ କବିର୍‌ ସିଂହ

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଷ୍ଟାର ଶାହିଦ୍‌ କପୁରଙ୍କ ଜନ୍ମଦିନ। ବଲିଉଡ୍‌ରେ ସେ ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ଏଣ୍ଟ୍ରି କରିଥିଲେ।  ନିଜ ଚକ୍ଲେଟି ଚେହେରା ଓ କ୍ୟୁଟ୍‌ ଲୁକ୍‌ରେ ସେ ବହୁତ ଶୀଘ୍ର ଲୋକପ୍ରିୟତା ପାଇଗଲେ। ବିଶେଷ କରି ଫିମେଲ ଫ୍ୟାନ୍‌ ଫଲୋଇଂ ତାଙ୍କର ବହୁତ ଅଧିକା ହୋଇଗଲା। ଦର୍ଶକ ତାଙ୍କୁ କେବଳ ରୋମାଣ୍ଟିକ ହିରୋ ଭାବେ ହିଁ ଦେଖିବାକୁ ପସନ୍ଦ କଲେ। ହେଲେ ଧୀରେ ଧୀରେ ସେ ନିଜର ଏହି ଇମେଜକୁ ପରିବର୍ତ୍ତନ କରି ପରଦାରେ ଆଜି ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ରୋମାଣ୍ଟିକ୍‌ କ୍ୟାରେକ୍ଟରରୁ ଏବେ ସେ ଗ୍ରେ ସେଡ୍‌ କ୍ୟାରେକ୍ଟର ବା ଦମ୍‌ଦାର୍‌ ଓ ନେଗେଟିଭ୍‌ କ୍ୟାରେକ୍ଟର କରି ଅଧିକ ଲୋକପ୍ରିୟତା ପାଉଛନ୍ତି।

ଶାହିଦ୍ ହେଉଛନ୍ତି ଜଣାଶୁଣା ବଲିଉଡ୍ ଅଭିନେତା ପଙ୍କଜ କପୁରଙ୍କ ପୁଅ। ଆଜି ସେ ନିଜର ୩୯ତମ ଜନ୍ମଦିନ ପାଳୁଛନ୍ତି। ତେବେ ଜଣେ ଅଭିନେତାଙ୍କ ପୁଅ ହୋଇ ମଧ୍ୟ ତାଙ୍କୁ ଫିଲ୍ମ ଲାଇନ୍‌ରେ ଏଣ୍ଟ୍ରି କରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ୧୦୦ଟି ଫିଲ୍ମରୁ ରିଜେକ୍ଟ ହେବା ପରେ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା। ୨୦୦୩ରେ ଫିଲ୍ମ ‘ଇଶ୍କବିଶ୍କ’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୃତା ରାଓ। ଏମାନଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଫିଲ୍ମରେ ଶାହିଦ୍‌ ଜଣେ ରୋମାଣ୍ଟିକ୍‌ ହିରୋର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ହେବା ପରେ ତାଙ୍କୁ ନେକ୍‌ଷ୍ଟ ଶାହାରୁଖ ବୋଲି କୁହାଗଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଆକ୍ଟର୍‌ ଫିଲ୍ମ ଫେୟାର୍‌ ଆୱାର୍ଡ଼ ମିଳିଥିଲା। ଏହାପରେ ସେହି ଜେନର୍‌ରେ ହିଁ ତାଙ୍କୁ ରୋଲ୍‌ ମିଳିଲା। ପରେ ତାଙ୍କର ସବୁଠୁ ବଡ଼ ହିଟ୍‌ ହୋଇଥିଲା ସୂରଜ ବଡ଼ଜାତ୍ୟାଙ୍କ ‘ବିବାହ’ ଓ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ‘ଜବ୍‌ ୱି ମେଟ୍’। ଏହି ଦୁଇଟି ଫିଲ୍ମ ଆଜି ବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି।

ଫିଲ୍ମ ‘ବିହାହ’ରେ ଜଣେ ସାଇଲେଣ୍ଟ ଲଭର୍‌ ବୟ ଭୂମିକାରେ ଅଭିନୟ କରିଥିଲେ ଶାହିଦ୍‌। ଏହି ଫିଲ୍ମଟି ଏକ ଆରେଞ୍ଜ ମ୍ୟାରେଜ୍‌ ଉପରେ ତିଆରି ହୋଇଥିଲା। ଫିଲ୍ମଟି ଏକ ବଡ଼ ହିଟ୍‌ ପ୍ରମାଣିତ ହୋଇଥିଲା। ଏଥିରେ ଶାହିଦ୍‌ଙ୍କ ସହ ଅମୃତା ରାଓ ଅଭିନୟ କରିଥିଲେ। ଦୁହିଁଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ଏତେ ଭଲ ଥିଲା ଯେ ଏମାନଙ୍କୁ ଶାହାରୁଖ-କାଜୋଲ୍‌ଙ୍କ ପରେ ସବୁଠୁ ହିଟ୍‌ ଜୋଡ଼ିର ଆଖ୍ୟା ଦିଆଯାଇଥିଲା। ଅନ୍ୟପଟେ ଇମ୍‌ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ଜବ୍‌ ୱି ମେଟ୍‌’ରେ କରୀନା କପୁରଙ୍କ ସହ ମଧ୍ୟ ତାଙ୍କ ଜୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମଟି ବକ୍ସ ଫିସ୍‌ରେ ଭଲ କଲେକ୍ଶନ୍‌ କରିଥିଲା। ଏହି ଫିଲ୍ମରେ ମଧ୍ୟ ସେ ରୋମାଣ୍ଟିକି ହିରୋ ଭୂମିକାରେ ଅଭିନୟ କରିଥିଲେ।

ଶାହିଦ୍‌ଙ୍କ କ୍ୟାରିୟର୍‌ରେ ଟର୍ଣ୍ଣିଂ ପଏଣ୍ଟ ଥିଲା ୨୦୦୯ରେ ଆସିଥିବା ବିଶାଲ୍‌ ଭରଦ୍ୱାଜଙ୍କ ଫିଲ୍ମ ‘କମିନେ’। ଏଥିରେ ଶାହିଦ୍‌ ଏକଦମ୍‌ ହଟ୍‌କେ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ଡବଲ୍‌ ରୋଲ୍‌ କରିଥିଲେ। ଏଥିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ କ୍ରିଟିକ୍ସ ଢେର୍‌ ପ୍ରଶଂସା କରିଥିଲେ। ଏହାପରେ ବିଶାଲ୍‌ ତାଙ୍କ ପାଇଁ ଗଡ୍‌ଫାଦର୍‌ ହୋଇଗଲେ ଓ ପରେ ସେ ତାଙ୍କ ଫିଲ୍ମ  ‘ହାଇଦର୍‌’ରେ କାମ କରିଥିଲେ। ଏହି ଫିଲ୍ମରେ ସେ ଏକ କାଶ୍ମୀରୀ ଯୁବକର ଦମ୍‌ଦାର୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର୍‌ର ସର୍ବଶ୍ରେଷ୍ଠ ଅଭିନେତାର ସମ୍ମାନ ମିଳିଥିଲା। ଫିଲ୍ମଟି ସେକ୍ସସ୍ପିୟରଙ୍କ ନାଟକ ‘ହ୍ୟାମଲେଟ୍’ ଉପରେ ଆଧାରିତ। ଏଥିରେ ତାଙ୍କ ସହ ଶ୍ରଦ୍ଧା କପୁର ଓ ତବୁ ଅଭିନୟ କରିଥିଲେ। ଏହି ଫିଲ୍ମ ସହ ସେ ପ୍ରମାଣ କରିଦେଇଥଲେ ଯେ ସେ କେବଳ ସୀମୀତ ଦକ୍ଷତା ରଖୁଥିବା ଅଭିନେତା ନୁହଁନ୍ତି ଓ ସେ ମଧ୍ୟ ସୁପରଷ୍ଟାର ହେବା ପାଇଁ ଦମ୍ ରଖନ୍ତି।

ଏହି ଫିଲ୍ମର ଦୁଇବର୍ଷ ପରେ ଆସିଥିଲା ଅଭିଷେକ ଚୌବେଙ୍କ ଫିଲ୍ମ ‘ଉଡ଼ତା ପଞ୍ଜାବ’। ଏହି ଫିଲ୍ମରେ ସେ ଜଣେ ଡ୍ରଗ ଆଡିକ୍ଟେଡ୍ ରକ୍‌ଷ୍ଟାରଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଥିଲା ତାଙ୍କ ଜେନର୍‌ରୁ ଏକଦମ ଅଲଗା। ସେ ରିୟଲ୍‌ ଲାଇଫ୍‌ରେ କେବେ ହେଲେ ଡ୍ରଗ କି ମଦ୍ୟପାନ କରନ୍ତି ନାହିଁ। ଏହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ଫିଲ୍ମ ଫେୟାର୍‌ର ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନୀତ କରାଯାଇଥିଲା। ତେବେ ଏହି ଫିଲ୍ମର ୩ ବର୍ଷ ପରେ ଶାହିଦ୍‌ ନେଇ ଆସିଥିଲେ ୨୦୧୯ର ସବୁଠୁ ବଡ଼ ହିଟ୍‌ ଫିଲ୍ମ ‘କବୀର ସିଂହ’। ଏହି ଫିଲ୍ମରେ ଶାହିଦ୍‌ ଜଣେ ନିଶାଗ୍ରସ୍ତ ହାର୍ଟ ସର୍ଜନ ଭୂମିକାରେ ଅଭିନୟ କରିଥିଲେ ଯେଉଁଥିରେ ସେ ଏକଦମ୍‌ ଇନ୍‌ଟେନ୍ସ ଲୁକ୍‌ରେ ନଜର ଆସିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ୩୭୯ କୋଟି ଟଙ୍କା ଆୟ ସହ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା।

ଏହି ଫିଲ୍ମର ସଫଳତା ପରେ ଏବେ ପ୍ରାୟ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଚନ୍ତି ଶାହିଦ୍‌। ତାଙ୍କ ହାତରେ ଏବେ ଗଦା ଗଦା ଅଫର୍‌ ରହିଛି। ଆଗକୁ ସେ ଫିଲ୍ମ ‘ଜର୍ସି’ରେ ଜଣେ କ୍ରିକେଟର୍‌ ଭୂମିକାରେ ନଜର ଆସିଊବେ। ବର୍ତ୍ତମାନ ସେ ଏହି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଜି ସେ ଏହି ଶୁଟିଂ ସେଟ୍‌ରେ ହିଁ ନିଜ ଜନ୍ମଦିନ ପାଳିବେ। ଏହି ଫିଲ୍ମଟି ଅଗଷ୍ଟ ୨୮ରେ ରିଲିଜ୍‌ ହେବ।



from Odisha Reporter https://ift.tt/37YDNcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages