ସିଏଏ ହିଂସା ପାଇଁ ୪୨ ଦିନ ଜେଲରେ କାଟିଲେ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ସିଏଏ ହିଂସା ପାଇଁ ୪୨ ଦିନ ଜେଲରେ କାଟିଲେ ନାବାଳକ

ଲକ୍ଷ୍ନୌ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସାକାଣ୍ଡ ପାଇଁ ଜଣେ ୧୫ ବର୍ଷୀୟ ନାବାଳକଙ୍କୁ ସାବାଳକ ସଜାଇ ପୁଲିସ୍‌ ୪୨ ଦିନ କାଳ ଜେଲରେ ରଖିଥିଲା। ଡିସେମ୍ବର ୧୯ରେ ଲକ୍ଷ୍ନୌଠାରେ ସିଏଏ ବିରୋଧୀ ହିଂସାକାଣ୍ଡରେ ସେ ସାମିଲ ଥିବା ପୁଲିସ୍‌ ସନ୍ଦେହ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୁଲିସ୍‌ ସେ ନାବାଳକ ବୋଲି ଜାଣିଥିଲେ ହେଁ ତାଙ୍କୁ ଭୟଭୀତ କରାଇ ବୟସ ୧୮ ବର୍ଷ ବୋଲି କହିବାକୁ ବାଧ୍ୟ ମଧ୍ୟ କରିଥିଲା। ଫଳରେ ନାବାଳକ ଜଣଙ୍କ ଭୟଭୀତ ହୋଇ ନିଜକୁ ସାବାଳକ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି।

ନାବାଳକର ଓକିଲ ୟାସଭ ହୁସାଇନ ରିଜଭୀ କହିଛନ୍ତି, “ସରକାର ନାବାଳକର ସମ୍ପତ୍ତି ଜବତ କରିବାକୁ ନୋଟିସ କରିଥିଲେ। ଏହାର ଜବାବ ଦେବା ପାଇଁ ଆମେ ସମସ୍ତ ଦସ୍ତାବିଜ ସଂଗ୍ରହ କରିଥିଲୁ। ଏହି ସମୟରେ ଆଧାର କାର୍ଡରୁ ଜଣାପଡ଼ିଲା ଯେ ସେ ନାବାଳକ। ଆଧାର କାର୍ଡ ଅନୁଯାୟୀ ତାଙ୍କ ବୟସ ୧୫ ବର୍ଷ। ଏହାପରେ ଆମେ ଲକ୍ଷ୍ନୌ ପୁଲିସ କମିଶନରଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲୁ।

ସେ ଜଣେ ନାବାଳକ ହୋଇଥିଲେ ହେଁ ପୁଲିସ୍‌ କାହିଁକି ତାଙ୍କୁ ସାବାଳକ ଭାବେ ବ୍ୟବହାର କରିଛି? ଏଥିସହ ତାଙ୍କର ବିଚାର ନାବାଳକ ଜଷ୍ଟିସ ଆକ୍ଟ ଅନୁଯାୟୀ କାହିଁକି ବିଚାର କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲୁ। ଏହି ଘଟଣାର ୪୨ ଦିନ ପରେ ନାବାଳକ ଜଣଙ୍କ ଜେଲରୁ ମୁକୁଳିଛନ୍ତି।”

ପଶ୍ଚିମବଙ୍ଗ ମାଲଦାର ମୂଳ ବାସିନ୍ଦା ନାବାଳକ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ପ୍ରାଣଘାତୀ ଅସ୍ତ୍ରଶସ୍ତ୍ର ଧରି ଦଙ୍ଗା କରିବା ଭଳି ମାମଲା ପୁଲିସ୍‌ ଲଗାଇଥିଲା।



from Odisha Reporter https://ift.tt/2tIMZnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages