ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହାତ ଗୁଞ୍ଜା ନଦେଲେ ମିଳୁନି ଘର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହାତ ଗୁଞ୍ଜା ନଦେଲେ ମିଳୁନି ଘର !

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ସୁରମଣି ଗାଁରେ ୮୦୦ ପରିବାର ରହନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦିନ ମଜୁରିଆ। ସେହିପରି ଗାଁର ୧୦୦ରୁ ଅଧିକ ଗରିବ ପରିବାରଙ୍କ ପାଖରେ ପକ୍କା ଘର ନଥିବାରୁ ଚାଳଛପର ଘରେ ପଲଥିନ୍ ଟାଣି ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇଁ ଅନେକ ଥର ଏହି ଗରିବ ଲୋକେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘର ମିଳିପାରି ନାହିଁ। ଏମିତିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ କିଛି ହିତାଧିକାରୀଙ୍କ ନାଁ ଥିଲେ ମଧ୍ୟ ହାତଗୁଞ୍ଚା ଦେଇ ପାରୁ ନଥିବାରୁ ସେମାନଙ୍କୁ ଘର ମିଳୁ ନଥିବା ଅଭିଯୋଗ ହୋଇଛି।

ଏନେଇ ଗାଁର ଜଣେ ହିତାଧିକାରୀ ଉଲ୍ଲି ବେହେରା କହିଛନ୍ତି, “ମୁଁ ଦିନ ମଜୁରି କରି ପରିବାର ଚଳାଉଛି। ହେଲେ ସରକାରଙ୍କ ତରଫରୁ ଘରେ ଖଣ୍ଡେ ପାଇ ପାରୁନାହିଁ। ଘର ପାଇବା ପାଇଁ ଛତ୍ରପୁର ଓ ଭଞ୍ଜନଗର ଯାଇ ଆବଶ୍ୟକ ଥିବା କାଗଜପତ୍ର ଦେଇ ଆସିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଘରଟିଏ ମିଳି ପାରିନାହିଁ। ମୋତେ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି। ମୁଁ କୋଉଠୁ ଏତେ ଟଙ୍କା ଆଣିବି। ଦିନେ ଖାଇଲେ ଦିନ ଭୋକରେ ରହୁଛି। ଏନେଇ ବିଡିଓ ଓ ଗ୍ରାମସେବକଙ୍କୁ ଜଣାଇଛି, ହେଲେ କେହି କିଛି ଶୁଣୁ ନାହାନ୍ତି।”

ସେହିପରି ଗାଁର ଆଉ ଜଣେ ହିତାଧିକାରୀ କାଞ୍ଚନ ବେହେରା କହିଛନ୍ତି, “ଆମ ନାଁରେ ଘର ଆସୁଛି, ହେଲେ ଘର ଦିଆଯାଉ ନାହିଁ। ଆମ ନାଁ କାଟି ଦେଉଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି। ଘରଟିଏ ପାଇଁ ଜିଲ୍ଲାପାଳଙ୍କ ପାଖକୁ ବି ତିନି ଥର ଯାଇଛି। ହେଲେ କିଛି ଲାଭ ମିଳିନି।”

ଏମିତିକି କିଛି ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଓ ଚାଉଳ ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି। ଏନେଇ ଗାଁର ଶରତ କୁମାର ବେହେରା କହିଛନ୍ତି, “ସରକାର ଗରିବ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପଯ୍ୟନ୍ତ ସମସ୍ତ ସୁବିଧା ଯୋଗାଉଛନ୍ତି। ହେଲେ ଗାଁର ଗ୍ରାମସେବକ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବ୍ଲକକୁ ଜଣାଉନାହାନ୍ତି। ଆମେ ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟକୁ ଯାଇ ସାହାଯ୍ୟ ପାଇଁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁପାରୁନାହିଁ। ଭତ୍ତାଠାରୁ ଆରମ୍ଭ କରି ଆବାସ ଯୋଜନାରେ ଘରଟିଏ ପାଇଁ ଗଲେ କୁଜି ନେତାଙ୍କ ମାଧ୍ୟମରେ ଗ୍ରାମସେବକ ଲାଞ୍ଚ ମାଗୁଛି। ଯେଉଁ ଲୋକ ଦେଉଛି, ସେ ସରକାରୀ ସୁବିଧା ପାଉଛି। ଯିଏ ନଦେଇ ପାରୁଛି ତା ପାଖରେ କିଛି ବି ସରକାରୀ ସୁବିଧା ପହଞ୍ଚି ପାରୁନି। ତେଣୁ ଗ୍ରାମସେବକ ଓ ବିଡିଓଙ୍କୁ ତୁରନ୍ତ ବଦଳି କରିବା ପାଇଁ ଆମେ ଦାବି କରୁଛୁ।”

ଗାଁର ସରପଞ୍ଚ ଭାଗ୍ୟଲତା ମଲ୍ଲିକ କହିଛନ୍ତି, “ଗରିବ ଲୋକଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ବିଡିଓଙ୍କୁ ଜଣାଇଛି। ହେଲେ କିଛି ସୁଫଳ ମିଳିନି।”

ଘଟଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ସୋରଡ଼ା ଗ୍ରାମାଞ୍ଚଳରେ ଅଧିକା ପକ୍କାଘର ଯୋଗାଇ ଦେବାକୁ ହାତକୁ କାର୍ଯ୍ୟକ୍ରମ ନିଆଯାଇଛି। ଯଦି କେହି ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ନେଇ ଅଭିଯୋଗ ହୁଏ ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

 



from Odisha Reporter https://ift.tt/2S88U0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages