ପିପିଲିରେ ଦନ୍ତା ଉତ୍ପାତ; ୪ ଜଣଙ୍କୁ କଚାଡ଼ି ମାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ପିପିଲିରେ ଦନ୍ତା ଉତ୍ପାତ; ୪ ଜଣଙ୍କୁ କଚାଡ଼ି ମାରିଲା

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ଦନ୍ତା ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ଦୟା ନଦୀ ବ୍ରିଜ୍ ପାର୍ ହୋଇଥିବା ସୂଚନା ରହିଛି । ଦନ୍ତାକୁ ବରୁଣେଇ ପାହାଡ଼କୁ ଘଉଡ଼ାଇବାକୁ ବନ ବିଭାଗ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛି।

ଖୋର୍ଦ୍ଧା ଡିଏଫ୍ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ୫୦ ଜଣିଆ ଟିମ୍ ଦନ୍ତାକୁ ଘଉଡ଼ାଇବା କାମରେ ଲାଗିଛନ୍ତି। ସେପଟେ ଦନ୍ତା ହାତୀ ଉତ୍ପାତ ଯୋଗୁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ବନ ବିଭାଗ ପ୍ରଚାର କରୁଛି। ହାତୀକୁ ନେଇ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।



from Odisha Reporter https://ift.tt/2SQ668K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages