ଟସ୍ ଜିତିଲା ଭାରତ, ଅନ୍ତିମ ମ୍ୟାଚରେ ନେତୃତ୍ୱ ନେଲେନି ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ଟସ୍ ଜିତିଲା ଭାରତ, ଅନ୍ତିମ ମ୍ୟାଚରେ ନେତୃତ୍ୱ ନେଲେନି ବିରାଟ

ମାଉଣ୍ଟ ମାଉଙ୍ଗାନୁଇ: ଆଜି ଭାରତ ଏବଂ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ। ସିରିଜର ଅନ୍ତମି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହାବାଦ୍ ଅଧିନାୟକ ବିରାଟ କୋହଲିଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା। ପୂର୍ବ ୪ଟି ମ୍ୟାଚରୁ ଭାରତ ସମସ୍ତ ମ୍ୟାଚ ବିଜୟୀ ହୋଇଥିବା ବେଳେ ଅନ୍ତିମ ମ୍ୟାଚରେ ଘରୋଇ ଟିମ୍ ବିଜୟୀ ହେବ ବୋଲି ଆଶା ରଖିଛି। ସେହିପରି ପୂର୍ବ ୪ଟି ମ୍ୟାଚର ସଫଳତାକୁ ଆଧାର କରି ଅନ୍ତିମ ମ୍ୟାଚ ଜିତି ଭାରତ ବିଦେଶୀ ମାଟିରେ କ୍ଲିନ ସୁଇପ କରିବ ବୋଲି ଆଶା ରଖିଛି।

୨୦୦୫ ପରଠାରୁ କିୱି ଟିମ୍ ତା’ ନିଜ ମାଟିରେ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ମାତ୍ର ଥରେ ମ୍ୟାଚ୍ ହାରିଛି। ୨୦୦୮ରେ ନ୍ୟୁଜିଲ୍ୟାଣ୍ଡ୍ ଘରୋଇ ମାଟିରେ ଇଂଲଣ୍ଡ ନିକଟରୁ ୦-୨ରେ ପରାସ୍ତ ହୋଇଥିଲା। ଭାରତ ଯଦି ଏହି ସିରିଜ୍ ୫-୦ରେ ପୋଛି ନିଏ, ତାହେଲେ ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିବ। ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଭାରତ ବର୍ତ୍ତମାନ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଆଗୁଆ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ରନ୍ ଚେଜ୍ କରି ବିଜୟୀ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ମ୍ୟାଚର ଫଳାଫଳା ସୁପର୍ ଓଭର ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା। ୨୦୧୯ ବିଶ୍ୱକପ୍ ଫାଇନାଲକୁ ମିଶାଇ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ତିନିଥର ସୁପର୍ ଓଭର ଖେଳିସାରିଲାଣି, କିନ୍ତୁ ସବୁଥିରେ ଦଳ ପରାଜୟର ମୁହଁ ଦେଖିଛି।



from Odisha Reporter https://ift.tt/3b2Pstz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages