ଡିଜିଟାଲ୍‌ରେ ଡେବ୍ୟୁ କରିବେ ସୋନାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ଡିଜିଟାଲ୍‌ରେ ଡେବ୍ୟୁ କରିବେ ସୋନାକ୍ଷୀ

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅନେକ ଦିନ ହେଲାଣି ବଲିଉଡ୍‌ରେ ଏକ ଭଲ ପ୍ରୋଜେକ୍ଟ ପାଉନାହାନ୍ତି। ନିକଟରେ ସେ ’ଦବଙ୍ଗ ୩’ରେ ନଜର ଆସିଥିଲେ। ହେଲେ ଏଥିରେ ତାଙ୍କ ରୋଲ୍‌ ବେଶୀ କିଛି ଖାସ୍‌ ନଥିଲା। ତାଙ୍କ ଅପେକ୍ଷା ନବାଗତା ସାଇ ମାଞ୍ଜ୍ରେକରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ସୋନାକ୍ଷୀଙ୍କ ଏବେ ଏକ ଭଲ ପ୍ରୋଜେକ୍ଟର ସନ୍ଧାନରେ ଅଛନ୍ତି। ତେବେ ବର୍ତ୍ତମାନ ଖବର ଆସିଛି ଯେ ସେ ଖୁବ୍‌ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି।

View this post on Instagram

🤍

A post shared by Sonakshi Sinha (@aslisona) on

ସୂଚନା ଅନୁଯାୟୀ, ସୋନାକ୍ଷୀ ଖୁବ୍‌ଶୀଘ୍ର  ଆମାଜନ୍‌ ପ୍ରାଇମ୍‌ର ଏକ କ୍ରାଇମ୍‌ ଥ୍ରୀଲର୍‌ ୱେବ୍‌ ସିରିଜ୍‌ରେ ଅଭିନୟ କରିବେ। ତାଙ୍କ ସହିତ ରିମା କାଗତିଙ୍କ ଏହି ୱେବ୍‌ ସିରିଜ୍‌ରେ ଗୁଲଶନ୍‌ ଦେଭିୟା, ଶୋହୁମ୍‌ ଶାହ ଓ ବିଜୟ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହାର ପ୍ରଯୋଜନା ଦାୟିତ୍ୱ ଏକ୍ସେଲ୍‌ ମୁଭିଜ୍‌ ଓ ଟାଇଗର ୱେବ୍‌ଫିଲ୍ମସ୍‌ ମିଳିତ ଭାବେ ନେଇଛନ୍ତି। ସୋନାକ୍ଷୀ ଏହି ୱେବ୍‌ ସିରିଜ୍‌ ପୂରା ଟିମ୍‌ସହ ଏକ ଫଟୋ ଉଠାଇଛନ୍ତି ଓ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।

ଫଟୋଟିକୁ ଶେଆର୍‌ କରି ସେ ଲେଖିଛନ୍ତି, “ନୂଆ ଆରମ୍ଭ: ଆମାଜନ୍‌ ସହ ଆମ ନୂଆ ସିରିଜ୍‌ ଆରମ୍ଭ କରିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଏତେ ଦକ୍ଷ ଟିମ୍‌ ସହ କାମ କରିବା ନେଇ ମଧ୍ୟ ମୁଁ ବହୁତ ଉତ୍ସାହିତ।”

ସୂଚନାଯୋଗ୍ୟ, ସୋନାକ୍ଷୀଙ୍କୁ ଚଳିତ ବର୍ଷ ଫିଲ୍ମ ‘ଭୂଜ୍‌- ଦ ପ୍ରାଇଡ୍‌ ଅଫ୍ ଇଣ୍ଡିଆ’ରେ ଦେଖିବାକୁ ମିଳିବ। ଅଭିଷେକ ଦୁଧେୟା ଏହାର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ଏଥିରେ ଲିଡ୍ ରୋଲ୍‌ରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଶରଦ କେଲକର୍‌, ଏମି ୱିର୍କ, ପ୍ରନିତା ଶୁଭାଷ ଓ ନୋରା ଫତେହି ମଧ୍ୟ ଅଛନ୍ତି। ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳର ଏକ ସତ ଘଟଣାକୁ ନେଇ ଏହି ଫିଲ୍ମ ତିଆରି ହେଉଛି।



from Odisha Reporter https://ift.tt/36TNpVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages