ରୂପେଶ ବାନେ ମାରି ନେଲେ ବାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ରୂପେଶ ବାନେ ମାରି ନେଲେ ବାଜି

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌ ୫’ ଶେଷ ହୋଇଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ରୂପେଶ ବାନେ।

ରୂପେଶ ମାଷ୍ଟର ଧର୍ମେଶଙ୍କ ଟିମ୍‌ରେ ଥିଲେ। ଫିନାଲେ ରେସ୍‌ରେ ରୂପେଶଙ୍କୁ ଟକ୍କର ଦେଇଥିଲେ ଜନମ ଡ୍ୟାନ୍ସ ଗ୍ରୁପ୍, ସଞ୍ଚିତା-ସୁବ୍ରତ ଓ ଦୀପିକା। ତେବେ ଏ ସମସ୍ତଙ୍କୁ ମାତ୍‌ ଦେଇ ରୂପେଶ୍ ବିଜେତା ହୋଇଛନ୍ତି। ଜମନ ଡ୍ୟାନ୍ସଗ୍ରୁପ୍‌ ଶୋ’ର ରନର୍‌ ଅପ୍‌ ହୋଇଛନ୍ତି।

ଶୋ’ର ଜଜ୍‌ ରେମୋ ହିଁ ବିଜେତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ଶୋ’କୁ ଆସିଥିବା ଅତିଥି ମିଥୁନ ଚକ୍ରବର୍ତ୍ତୀ ଓ ଧର୍ମେନ୍ଦ୍ର ରୂପେଶଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କର ପୁରସ୍କାର ରାଶି ପ୍ରଦାନ କରିଥିଲେ।

ରୂପେଶ ବିଜୟୀ ହେବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଭାଇ ବି ଭାବହିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ମେଣ୍ଟର ଧର୍ମେଶ୍‌ ବହୁତ ଖୁସି ହୋଇଥିଲେ। ସେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ନିଜର ଖୁସି ପ୍ରକାଶ କରିଛନ୍ତି।

ଶୋ’ର ଗ୍ରାଣ୍ଡ ଫିନାଲେରେ ବଲିଉଡ୍‌ର ବଡ଼ ବଡ଼ ସେଲେବ୍ରିଟି ଯୋଗ ଦେଇଥିଲେ। ଧର୍ମେନ୍ଦ୍ର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଗାୟକ ଗୁରୁ ରନ୍ଧାୱା, ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପରୁ ମଧ୍ୟ ସାମିଲ୍ ହୋଇଥିଲେ। ଏସବୁ ଷ୍ଟାରମାନେ ପ୍ରତିଯୋଗୀମାନଙ୍କ ଉତ୍ସାହ ବଢ଼ାଇବା ସହ ଢେର୍‌ ମସ୍ତି ବି କରିଥିଲେ।

View this post on Instagram

This is D unit 🤗🤗🤗🤗🤗 gud job guys

A post shared by D (@dharmesh0011) on



from Odisha Reporter https://ift.tt/2Ph14jk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages