୪ ବର୍ଷ ହେଲାଣି ସରୁନି ଶ୍ମଶାନ ଗୃହ କାମ; ଅଧପନ୍ତରିଆ ପଡ଼ି ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

୪ ବର୍ଷ ହେଲାଣି ସରୁନି ଶ୍ମଶାନ ଗୃହ କାମ; ଅଧପନ୍ତରିଆ ପଡ଼ି ରହିଛି

ବାସୁଦେବପୁର(କିରିଟି ଦାସ): ଲୋକଙ୍କୁ ଶବ ସତ୍କାର କରିବା ପାଇଁ ଆଉ ହଇରାଣ ହେବାକୁ ପଡ଼ିବନି। ଶ୍ମଶାନ ଗୃହରେ ଲୋକେ ସୁବିଧାରେ ଶବ ସତ୍କାର କରି ପାରିବେ । ସେଥିପାଇଁ ଗାଁ ମୁଣ୍ଡ ଶ୍ମଶାନ ପଡ଼ିଆରେ ପଞ୍ଚାୟତ ତରଫରୁ ଏକ ଶ୍ମଶାନ ଗୃହ ନିର୍ମାଣ କାମ ଆରମ୍ଭ ହେଲା। ହେଲେ ଏହି ଗୃହ ନିର୍ମାଣ ଆରମ୍ଭ ହେବାର ତିନି ମାସ ପରେ କାମ ବନ୍ଦ ହୋଇଗଲା। ଫଳରେ ଗାଁ ଲୋକଙ୍କ ଆଶା ଆଶାରେ ହିଁ ରହିଗଲା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନରସିଂହପୁର ପଞ୍ଚାୟତର କାଳିଦାସପୁର ଗାଁରୁ।

ଗାଁରେ ଶ୍ମଶାନ ଗୃହ ନଥିବାରୁ ଲୋକେ ନିଜ ପ୍ରିୟଜନଙ୍କ ମୃତଦେହ ସତ୍କାର କରିବାରେ ବହୁ ହଇରାଣ ହେଉଛନ୍ତି। ଏମିତିକି ଲୋକେ ନିଜ ବାଡ଼ି ଘର ଥିବା ଜାଗାରେ ଶବ ସତ୍କାର କରୁଛନ୍ତି। ତେବେ ପଞ୍ଚାୟତକୁ ଆସିଥିବା କେନ୍ଦ୍ରୀୟ ଅନୁଦାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଶ୍ମଶାନ  ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଶ୍ମଶାନ ଗୃହର କାନ୍ଥ ଓ ବିମ୍ ପଡ଼ିବାର ତିନିମାସ ପରେ କାମ ବନ୍ଦ ହୋଇ ପଡ଼ିଛି। ଏପରିକି ୪ ବର୍ଷ ହେଲାଣି  କାମ ଆଉ ଆରମ୍ଭ ହୋଇ ପାରୁ ନାହିଁ।

ଏନେଇ ଗାଁର କାର୍ତ୍ତିକ କୁମାର ପଣ୍ଡା କହିଛନ୍ତି,“ ଶ୍ମଶାନ ଘାଟର ଗୃହ ନିର୍ମାଣ କାମ କ’ଣ ପାଇଁ ବନ୍ଦ ହେଲା ଆମେ ଜାଣିପାରିଲୁ ନାହିଁ। ୪ରୁ ୫ ଫୁଟ୍‌ କାନ୍ଥ ଉଠିଲା ପରେ କାମ ବନ୍ଦ ହୋଇ ପଡ଼ିଛି। ଟଙ୍କା ନଥିବାରୁ କାମ ହେଇ ପାରୁ ନଥିବା ଲୋକେ କହୁଛନ୍ତି। ଲୋକେ ନିଜ ବାଡ଼ି ଘରେ ଶବ ଦାହ କରୁଛନ୍ତି। ଶ୍ମଶାନ ଗୃହ ନିର୍ମାଣ ହୋଇଥିଲେ ଲୋକଙ୍କ ସୁବିଧା ହୋଇ ଥାଆନ୍ତା।”

୨୦୧୬ ମସିହାରେ  ଆରମ୍ଭ ହୋଇଥିବା ଶ୍ମଶାନ ଗୃହ କାମ ଆଉ ଆଗକୁ ଆଗେଇ ପାରୁନି। ମହତ୍ ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଏହି ଶ୍ମଶାନ ଗୃହ କାମ ଅଧା ଖଣ୍ଡିଆ ହୋଇ ପଡ଼ିରହିଛି। ଏମିତିକି ନିର୍ମାଣ ହୋଇଥିବା କାନ୍ଥରୁ ରଡ୍‌ ଚୋରି ହୋଇଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ  ଶ୍ମଶାନ ଗୃହ ନିର୍ମାଣରେ ବିଳମ୍ୱତାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗାଁର ପୂର୍ବତନ ସରପଞ୍ଚ ମଧୁସୂଦନ ପଣ୍ଡା କହିଛନ୍ତି,“ ଲୋକେ ଶବ ସତ୍କାର କରିବାକୁ ଠିକ୍‌ ଜାଗା ପାଉ ନାହାନ୍ତି। ତେବେ ଶ୍ମଶାନ ଗୃହ ନିର୍ମାଣ ହୋଇଥିଲେ ବହୁ ଲୋକେ ଉପକୃତ ହୋଇ ଥାଆନ୍ତେ।”

ଅନ୍ୟପକ୍ଷରେ ଖୁବ ଶୀଘ୍ର ଅର୍ଥ ମଞ୍ଜୁର କରି ଅଧ ପନ୍ତରିଆ ହୋଇ ପଡ଼ି ରହିଥିବା ଶ୍ମଶାନ ଗୃହ ନିର୍ମାଣ କାମକୁ ଶେଷ କରାଯିବ ବୋଲି ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରା କହିଛନ୍ତି।



from Odisha Reporter https://ift.tt/2S55sUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages