ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି କୁଶ ସାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି କୁଶ ସାର୍‌

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧଗୋଠ ମଧ୍ୟ ଇଂରାଜୀ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି ଶିକ୍ଷକ କୁଶ ସାହୁ। ତାଙ୍କୁ ଶ୍ରଦ୍ଧାରେ ଛାତ୍ରଛାତ୍ରୀ କୁଶ ସାର୍‌ ଡାକନ୍ତି। ତେବେ କୁଶ ସାର୍‌ଙ୍କ ଆଖିକୁ ଦେଖାଯାଏ ନାହିଁ। ସେ ବ୍ରେଲି ଅକ୍ଷର ସାହାଯ୍ୟରେ ୨୦୦୬ ମସିହାରୁ ଏହି ସ୍କୁଲରେ ଶିକ୍ଷାଦାନ କରି ଆସୁଛନ୍ତି।  ଆଉ କୁଶ ସାର୍‌ଙ୍କ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ବହୁତ ଖୁସି। ଏମିତିକି ପାଠ ପଢ଼ାଇଲା ବେଳେ ଛାତ୍ରଛାତ୍ରୀଙ୍କ ଭୁଲକୁ ମଧ୍ୟ ସେ ସଠିକ୍‌ ଭାବେ ଧରିପାରନ୍ତି।

ଏନେଇ ସ୍କୁଲର ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା କହିଛନ୍ତି, “ସାର୍‌ ଦେଖିପାରନ୍ତି ନାହିଁ। ହେଲେ ଆମକୁ ବ୍ରେଲି ସାହାଯ୍ୟରେ ପାଠ ପଢ଼ାନ୍ତି। ପାଠ ବୁଝି ନପାରିଲେ ସାର୍ କହି ଦିଅନ୍ତି। ପାଠପଢ଼ା ସହିତ ସାର୍‌ ଆମକୁ ନାଚ, ଗୀତ ମଧ୍ୟ ଶିଖାଇଥା’ନ୍ତି।”

କୁଶ ସାରଙ୍କ ଘର ସେହି ଧଗୋଠ ଗାଁରେ।  ସେ ଜନ୍ମରୁ ଅନ୍ଧ ନଥିଲେ।  ତାଙ୍କୁ ୧୧ ବର୍ଷ ହୋଇଥିବା ବେଳେ ତାଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଥିଲା। ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ତାଙ୍କ ବାପାମାଆ ତାଙ୍କର ଚିକିତ୍ସା କରିପାରି ନଥିଲେ।  ଫଳରେ ସେ ସଂପୂର୍ଣ୍ଣ ଅନ୍ଧ ହୋଇ ଯାଇଥିଲେ। ହେଲେ ତାଙ୍କ ଗାଁର ଜଣେ ଶିକ୍ଷକଙ୍କ ସାହାଯ୍ୟରେ ସେ ପ୍ରଥମେ କେନ୍ଦୁଝର କନକ ମଂଜରି ଶିଶୁ ଭବନରେ ଦୃଷ୍ଟିହୀନଙ୍କ ପାଇଁ ଥିବା ବିଦ୍ୟାଳୟରେ ବ୍ରେଲି ଅକ୍ଷରରେ ସପ୍ତମ ଯାଏ ପଢ଼ିଲେ। ପରେ କଟକରେ ଥିବା ଉତ୍କଳ ବାଲ ବିଦ୍ୟାଳୟରୁ ମ୍ୟାଟ୍ରିକ‌ ପାସ କଲେ। ଏହାପରେ ହରିଚନ୍ଦନପୁର ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ିଲେ। ଯୁକ୍ତ ଦୁଇ ପାସ ପରେ ରିମୁଳିରେ ଥିବା ଶିକ୍ଷକ ତାଲିମ କେନ୍ଦ୍ରରୁ ସିଟି ପାସ୍‌ କରିଥିଲେ। ସେହି ସମୟରେ ତାଙ୍କ ଗାଁ ଧଗୋଠରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲାଗଲା। ସେହିଦିନଠାରୁ ସେ ଏହି ସ୍କୁଲରେ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଆସୁଛନ୍ତି। ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ କୁଶ ସାର୍‌ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ହୋଇ ପାରିଛନ୍ତି।

ଶିକ୍ଷକ କୁଶ ସାହୁ କହିଛନ୍ତି, “ଛାତ୍ରଛାତ୍ରୀ ପଢ଼ାଇବାରେ ମୋର କି ଅସୁବିଧା ହେଉ ନାହିଁ। ତେବେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଜଣେ ରାଇଟର୍‌ଙ୍କୁ ମୁଁ ରଖିଛି। ପିଲାମାନେ କୌଣସି ବିଷୟରେ ବୁଝି ନ ପାରିଲେ ରାଇଟର ଏହାକୁ ବ୍ଲାକ୍‌ ବୋର୍ଡରେ ଲେଖି ଦିଅନ୍ତି।”



from Odisha Reporter https://ift.tt/2OwalDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages