ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍‌ ବଜାର ମଲଟି ସିଲ୍ ହୋଇଛି। ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍ କରାଯାଇଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ଏହି ମଲ୍‌ଟିକୁ କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି ଏବେ ଅଣ୍ଟା ଭିଡ଼ିଛି। ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ ଜାମ ଲାଗିରହେ। ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ  ଯାଞ୍ଚ କରିବାକୁ ସ୍କ୍ଵାର୍ଡ ଗଠନ କରିବାକୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)କୁ ନିର୍ଦ୍ଦେଶ ଦେଇ ଥିଲେ। ଏମିତିକି ବିଭିନ୍ନ ମଣ୍ଡପ ଓ ମଲ୍‌ରେ ପାର୍କିଂ ବ୍ୟବସ୍ଥା ନଥିବାରୁ ତାରି ସାମ୍ନାରେ ଗାଡ଼ି ଛିଡ଼ା ହେଉଥିବାରୁ ରାସ୍ତା ଜାମ ହେଉଛି ଏବଂ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଯାତାୟତରେ ସମସ୍ୟା ହେଉଥିଲା।



from Odisha Reporter https://ift.tt/32c5Q7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages