ଭୋଜିକୁ ଯାଉଥିଲେ, ଥାନାକୁ ଡାକି ନେଇ ନିସ୍ତୁକ ପିଟିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ଭୋଜିକୁ ଯାଉଥିଲେ, ଥାନାକୁ ଡାକି ନେଇ ନିସ୍ତୁକ ପିଟିଲା ପୁଲିସ୍‌

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିମରିପୁର ଗାଁରେ ଜମିଜମା ବିବାଦକୁ ନେଇ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ନେଇଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ର କରି ନନ୍ଦପୁର ଏସ୍‌ଡିପିଓ ଲକ୍ଷ୍ମଣ ପ୍ରଧାନୀ ନାମକ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି।  ଏନେଇ ଲକ୍ଷ୍ମଣଙ୍କ ସ୍ତ୍ରୀ ଡାଲିମ୍ବ ପ୍ରଧାନୀ କୋରାପୁଟ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ହିମରିପୁର ଗାଁର ଲକ୍ଷ୍ମଣ ପ୍ରଧାନୀ ଓ ତ୍ରିନାଥ ଖେମୁଣ୍ଡୁଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଏନେଇ ତ୍ରିନାଥ ଥାନାରେ ଅଭିଯୋଗ କରିଥିଲେ। ରବିବାର ଲକ୍ଷ୍ମଣ ଏକ ବିବାହ ଭୋଜିକୁ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ପଚରାଉଚରା କରିବାକୁ କହି ବାଟରୁ ଉଠାଇ ନେଇଥିଲା। ଏହାପରେ ଥାନାରେ ଏସ୍‌ଡିପିଓ ତାଙ୍କ ପିଠି, ଗାଲ ଓ କାନ୍ଧକୁ ନିସ୍ତୁକ ପିଟିଥିବା କହିଛନ୍ତି  ଲକ୍ଷ୍ମଣ। ଗତକାଲି ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ନ୍ୟାୟ ପାଇଁ ଲକ୍ଷ୍ମଣଙ୍କ ସ୍ତ୍ରୀ ଡାଲିମ୍ବ ପ୍ରଧାନୀ କୋରାପୁଟ ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ଅତିରିକ୍ତ ଏସ୍‌ପି ଉତ୍କଳ ଦାସ ଗତକାଲି ମେଡିକାଲ ଯାଇ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ହେଲେ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ।



from Odisha Reporter https://ift.tt/2OL1dvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages