OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus ଆଣିଛି ଜବରଦସ୍ତ ଅଫର୍‌। ଏହି ସେଲ୍‌ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ। ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି।

ଆମାଜନ୍‌ ଇଣ୍ଡିଆରେ OnePlus ସ୍ମାର୍ଟଫୋନ୍‌ ଉପରେ ଚାଲିଥିବା ଡିସ୍‌କାଉଣ୍ଟର ଲାଭ ପାଇବା ପାଇଁ ଆପଣଙ୍କ ପାଖରେ SBI କାର୍ଡ଼ ଥିବା ଜରୁରୀ। SBI କ୍ରେଡିଟ୍ କାର୍ଡ଼ରେ ଟ୍ରାଞ୍ଜାକ୍‌ସନ୍‌ କଲେ ତିନି ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍ ମିଳିବ। ଏହା ବ୍ୟତୀତ OnePlus 7 ସିରିଜ୍‌ କିଣିଲେ ଆପଣଙ୍କୁ ୫ ହଜାର ଟଙ୍କାର ରିହାତି ମିଳିବ।

ଗ୍ରାହକମାନେ ଲାଟେଷ୍ଟ ମଡେଲ୍ OnePlus 7Tର ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୩୪ ହଜାର ୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ। ଏହା ସହିତ ଏକ ହଜାର ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ ବି ଦିଆଯାଉଛି। ଏହାକୁ ଏକ୍ସଚେଞ୍ଜ ଓ ଇଏମ୍‌ଆଇରେ କିଣିଲେ ମଧ୍ୟ ଆକର୍ଷଣୀୟ ଅଫର୍‌ ମିଳିବ। OnePlus 7T Proର ୮ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୫୩ ହଜାର ୯୯୯ଟଙ୍କାରେ କିଣିପାରିବେ। ଏହି ଫୋନ୍‌ ସହ ୩ ହଜାର ଟଙ୍କାର କ୍ୟାଶ୍‌ବ୍ୟାକ୍‌ ବି ମିଳୁଛି।

OnePlus 7 Proକୁ ଆପଣ ୧୦ ହଜାର ଟଙ୍କାର ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ୫୨ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ହେଲେ ଏବେ ଆପଣ ଏହାକୁ ଆମାଜନ୍‌ରୁ ୪୨ ହଜାର ୯୯୯ ଟଙ୍କାରେ କିଣିପାରିବେ।  SBI କ୍ରେଡିଟ୍‌ କାର୍ଡ ଜରିଆରେ ଯଦି ଆପଣ ଫୋନ୍‌କୁ EMIରେ କିଣନ୍ତି, ତା’ହେଲେ ୨ହଜାର ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ମିଳିବ। ସେହିପରି OnePlus 7ର ୮ଜିବି ମଡେଲ୍‌କୁ ୩୪ ହଜାର ୯୯୯ ଟଙ୍କାରେ କିଣିପାରିବେ।



from Odisha Reporter https://ift.tt/31KjcaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages