ନୂଆଦିଲ୍ଲୀ: ବଢ଼ି ଚାଲିଛି ଦିଲ୍ଲୀ ହିଂସା ଘଟଣାର ମୃତ୍ୟୁ ସଂଖ୍ୟା। ୩୨ ଜଣଙ୍କର ଏଯାବତ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା, ମଉଜପୁର ଏବଂ କରଓ୍ୱାଲ ନଗରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ରାତି ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ରହିଥିଲା।
ଦିଲ୍ଲୀରେ ହିଂସା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଂସା ଘଟିଥିବା ସ୍ଥାନ ବୁଲି ପରିଦର୍ଶନ କରୁଛନ୍ତି। ଗତକାଲି ଦିଲ୍ଲୀ ହିଂସା ପ୍ରସଙ୍ଗରେ ମତ ରଖି ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଅନ୍ୟପଟେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀ ହିଂସା ଉପରେ ନଜର ରଖିଛନ୍ତି। ସରକାରୀ ଅଧିକାରୀଙ୍କୁ ନେଇ ବୈଠକ ମଧ୍ୟ କରୁଛନ୍ତି। ଏହି ହିଂସା ମାମଲାରେ ଦିଲ୍ଲୀ ପୁଲିସ ଏଯାବତ ୧୮ଟି ମାମଲା ରୁଜୁ କରିଥିବା ବେଳେ ୧୦୬ ଜଣଙ୍କୁ ଗିରଫ କରିଛି।
ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଶନିବାର ଭୋର ଓ ରବିବାର ସକାଳୁ ଦିଲ୍ଲୀର ଜାଫରାବାଦରେ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନକୁ ବିରୋଧ କରି ସିଏଏ ସମର୍ଥକ ମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ସିଏଏ ସମର୍ଥକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
from Odisha Reporter https://ift.tt/2TnTZ1I
No comments:
Post a Comment