ହଷ୍ଟେଲ୍‌ରେ ରାତ୍ରି ଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ହଷ୍ଟେଲ୍‌ରେ ରାତ୍ରି ଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ର ତଳ କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତ୍ରି ଭୋଜନ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା  ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ରୀ ଅଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ୫ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ  ହଷ୍ଟେଲ ପଠାଇ ଦିଆ ଯାଇଛି।

ଏହି ସ୍କୁଲର ହଷ୍ଟେଲରେ ୩୮୫ ଜଣ ଛାତ୍ରୀ ରହିଛନ୍ତି । ହଷ୍ଟେଲରେ ପାଣି ସମସ୍ୟା ଲାଗି ରହିଥିବାରୁ ଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି।



from Odisha Reporter https://ift.tt/2TcBxsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages