ସିଡ୍‌ନାଜ୍‌ଙ୍କ ପାଇଁ ଫାଇନାଲ୍‌ ହୋଇଗଲାଣି ନୂଆ ଶୋ’ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ସିଡ୍‌ନାଜ୍‌ଙ୍କ ପାଇଁ ଫାଇନାଲ୍‌ ହୋଇଗଲାଣି ନୂଆ ଶୋ’ !

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ଫାଇନାଲ୍‌ ଏପିସୋଡ୍ ଆଡ଼କୁ ପାଖେଇବା ସହିତ ପ୍ରତିଯୋଗୀମାନେ ପରସ୍ପରକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଟକ୍କର ଦେଉଛନ୍ତି। ସମସ୍ତେ ଲାଗିପଡ଼ିଛନ୍ତି ନିଜର ଦବଦବା ଜାହିର୍‌ କରିବାକୁ ଓ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାକୁ। ତେବେ ଏମାନଙ୍କ ମଧ୍ୟରେ ଶେହନାଜ୍‌ ଗିଲ୍‌ଙ୍କ କ୍ୟୁଟ୍‌ନେସ୍‌ ଓ ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ସିଦ୍ଧାର୍ଥଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏହି ଦୁଇଜଣଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କ ମନ ଜିତିନେଇଛି। ଅନେକ ସମୟରେ ଏହି ଦୁଇ ଲଭ୍‌ବର୍ଡ୍ସଙ୍କ ନାଁ ସୋଶାଲ୍‌ ମିଡିଆରେ #sidnaaz ନାଁରେ ଟ୍ରେଣ୍ଡ କରେ। ଏବେ ଖବର ମିଳିଛି ଯେ ଏହି ଲୋକପ୍ରିୟ ଯୋଡ଼ି ‘ବିଗ୍‌ ବସ୍‌ ୧୩’ ପରେ ଆଉ ଏକ ଶୋ’ରେ ନଜର ଆସିପାରନ୍ତି। ତେଣୁ ‘ବିଗ୍ ବସ୍’ ସରିବା ପରେ ଏହି ଯୋଡ଼ିଙ୍କୁ ଦେଖିବାରୁ ବଞ୍ଚିତ ହେବା କଥା ଭାବି ଦୁଃଖିତ ହେଉଥିବା ଫ୍ୟାନ୍‌ମାନଙ୍କ ପାଇଁ ଏହା ଏକ ଭଲ ଖବର ନିଶ୍ଚୟ।

View this post on Instagram

#siddharth#shehnazgill #sidnaaz❤️ #sidnaazians😍🔥

A post shared by sidnaaz❤❤ (@sidnaaz_love_forever) on

‘ବିଗ୍‌ ବସ୍‌ ୧୩’ ପରେ ଶହନାଜ୍ ଓରଫ୍ ସନା ଓ ସିଦ୍ଧାର୍ଥ କଲର୍ସ ଟିଭିର ଅନ୍ୟ ଏକ ଶୋ’ରେ ନଜର ଆସିପାରନ୍ତି। ଚ୍ୟାନେଲ୍‌ ତାଙ୍କ ସହ ଆଉ ଏକ ଶୋ’ କରିବା ପାଇଁ ଯୋଜନା କରୁଛି। ଏହି ଶୋ’ର ନାଁ ‘ଶେହନାଜ୍‌ ଗିଲ୍‌ କୀ ଶାଦୀ’ ହୋଇପାରେ। ଏଥିରେ ସନାଙ୍କ ସ୍ୱୟଂବର କରାଯିବ, ଯେଉଁଥିରେ ସେ କନିଆ ସାଜି ନିଜ ପାଇଁ ବର ଖୋଜିବେ। ହେଲେ ଏଥିରେ ରହିବ ଏକ ବଡ଼ ଟ୍ୱିଷ୍ଟ। ଶୋ’ରେ ସିଦ୍ଧାର୍ଥ ବର ନୁହେଁ, ହୋଷ୍ଟ ରହିବେ। ସେ ସନାଙ୍କୁ ତାଙ୍କ ବର ଖୋଜିବାରେ ସାହାଯ୍ୟ କରିବେ। ନିର୍ମାତାଙ୍କ ସୂତ୍ରରୁ ମିଳିଥିବା ଅନୁଯାୟୀ ଏହା ଏକଦମ୍‌ ଏକ ହଟ୍‌କେ ଶୋ’ ହେବ। ଦର୍ଶକ ଏହାକୁ ନିହାତି ପସନ୍ଦ କରିବେ ବୋଲି ସେମାନେ ଆଶା ରଖିଛନ୍ତି।

ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ କରିବାକୁ ନିଷ୍ପତ୍ତି ହୋଇଛି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌ ଫାଇଭ୍ ସାମିଲ୍‌ ହେବେ। ସେହିପରି ସବୁଥର ଅପେକ୍ଷା ଏଥରର ଫିନାଲେ ବହୁ ଆଡ଼ମ୍ବରେ କରାଯିବ। ଏଥିପାଇଁ ଏକ ବଡ଼ ଷ୍ଟେଜ୍‌ର ମଧ୍ୟ ଆୟୋଜନ କରାଯାଉଛି। ଗ୍ରାଣ୍ଡ ଫିନାଲେ ପାଇଁ ପାଖାପାଖି ୧୦ ରୁ ୧୨ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି।



from Odisha Reporter https://ift.tt/2UqciFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages