ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସ୍ଥିତ ଶ୍ରୀରାମଜନ୍ମ ଭୂମି ସ୍ଥଳ ସହିତ ଜଡ଼ିତ ନ୍ୟାସ ସମ୍ୱନ୍ଧରେ ଲୋକସଭାକୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ରାମଜନ୍ମ ଭୂମି ସହିତ ଜଡ଼ିତ ପ୍ରସଙ୍ଗ ବାବଦରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମନ୍ଦିର ତିଆରି ପାଇଁ କୋର୍ଟ ଯେଉଁ ଟ୍ରଷ୍ଟ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତା’ର ନାମ ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ରହିବ ଏବଂ ଏହି ଟ୍ରଷ୍ଟ ମନ୍ଦିର ସମ୍ପର୍କୀତ ସମସ୍ତ ନିଷ୍ପତ୍ତି ନେବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅଯୋଧ୍ୟାରେ ମନ୍ଦିର ତିଆରି ପାଇଁ ୬୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦିଆଯାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁନ୍ନୀ ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି।
୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ବିବାଦ ବଢ଼ିଥିଲା। ଏହାପରେ କେନ୍ଦ୍ର ସରକାର ୬୭ ଏକର ଜମିକୁ ଅଧିଗ୍ରହଣ କରିଥିଲେ। ଏବେ ଏହି ଜମିକୁ ଟ୍ରଷ୍ଟକୁ ଦେଇଛନ୍ତି ସରକାର। ଅର୍ଥାତ୍ ଏବେ ଏହି ୬୭ ଏକର ଜମି ଏବଂ ବିବାଦୀୟ ୨.୫ ଏକର ଜମି ରାମ ମନ୍ଦିର ଟ୍ରଷ୍ଟ ପାଖରେ ରହିବ। ୨.୫ ଏକର ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଣି ବେଳେ କହିଥିଲେ।
PM Modi in Lok Sabha: We have readied a scheme for the development of Ram Temple in Ayodhya. A trust has been formed, it is called 'Sri Ram Janambhoomi Tirath Kshetra.' pic.twitter.com/LOWDqzvuLU
— ANI (@ANI) February 5, 2020
ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣର ଶୈଳୀ, ଆର୍ଥିକ କ୍ଷମତା ଉପରେ ନଜର ରଖିବ। ଏହି ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ସେ ବାବଦରେ ମଧ୍ୟ ସରକାର ନିଷ୍ପତ୍ତି ନେବ। ଏହାବାଦ ସୁପ୍ରିମକୋର୍ଟ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଜାଗା ଦେବା ପାଇଁ ଉତ୍ତର ପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁପି ସରକାର ତିନୋଟି ଜାଗା ବାବଦରେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।
ତେବେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା କିଏ ରହିବେ ମନ୍ଦିର ଟ୍ରଷ୍ଟରେ। ଦୀର୍ଘ ୩ ଦଶନ୍ଧି ଧରି ହୋଇଥିବା ରାମ ମନ୍ଦିର ଆନ୍ଦୋଳନରେ ଅନେକ ସାଧୁ ସନ୍ଥ ସାମିଲ ରହିଛନ୍ତି। ଟ୍ରଷ୍ଟରେ ସୀମୀତ ସଂଖ୍ୟକ ସଦସ୍ୟ ରହିବେ। ତେଣୁ କିଏ ରହିବେ କାହାକୁ ସାମିଲ କରାଯିବନି କେଉଁ ଆଧାରରେ ତାହା ନିଷ୍ପତ୍ତି ନେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ସୂଚନାଯୋଗ୍ୟ, ୯ ନଭେମ୍ୱର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ରାୟ ଶୁଣାଣି ବେଳେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଏବଂ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଯେକୌଣସି ସ୍ଥାନର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/36Ua1VW
No comments:
Post a Comment