ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସହରରେ ଥିବା ବିଭିନ୍ନ ପାଥୋଲାବ୍ ଉପରେ ଚଢ଼ଉ ହୋଇଛି। ଜଣେ ମାଜିଷ୍ଟ୍ରେଟ୍, ଜଣେ ଡିଏସ୍ପିଙ୍କ ସମେତ ଏକ ଛଅ ଜଣିଆ ଟିମ୍ ଅଚାନକ ଏହି ଚଢଉ କରିଛି। ଏହି ଟିମ୍ ଲାବ୍ର ଉପକରଣ ଦେଖିବା ସହ ବିଭିନ୍ନ ନିୟମାବଳୀକୁ ଲାବ୍ କର୍ତ୍ତୃପକ୍ଷ ମାନୁଛନ୍ତି କି ନାହିଁ, ସେନେଇ ଯାଞ୍ଚ କରିଥିଲା।
ପ୍ରାୟ ୩୦ଟି ଲାବ୍କୁ ଯାଞ୍ଚ କରାଯାଇଛି। ଅନ୍ୟପକ୍ଷରେ ଯେଉଁମାନେ ଲାବ୍ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ କିଛି ଦିନ ସମୟ ସୀମା ଦିଆଯାଇଛି। ସମୟ ସୀମା ଭିତରେ ଯେଉଁମାନେ ପଞ୍ଜୀ କରଣ ନକରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
ଏନେଇ ବାଲେଶ୍ୱର ଡିଏସ୍ପି ଉମେଶ କୁମାର ପଣ୍ଡା କହିଛନ୍ତି, “ଯେଉଁ ଲାବ୍ର ଡକ୍ୟୁମେଣ୍ଟ ନାହିଁ, ଆମେ ତାଙ୍କୁ ଡକ୍ୟୁମେଣ୍ଟ କରିବାକୁ କୁହାଯାଉଛି। କେଉଁ ପାଥୋଲାବ୍ ସିଲ ହେବ ଓ ଆଉ କେଉଁଟା ଚାଲିବ ଏନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ।”
from Odisha Reporter https://ift.tt/2waNDeg
No comments:
Post a Comment