ଏସ୍‌ସିବିରେ ହେଲା ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ, ୭ ଘଣ୍ଟା ଧରି ଚାଲିଲା ଅପରେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ଏସ୍‌ସିବିରେ ହେଲା ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ, ୭ ଘଣ୍ଟା ଧରି ଚାଲିଲା ଅପରେସନ

କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରେ ପ୍ରଥମ ଥର ପାଇଁ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟର ସଫଳ ଅସ୍ତ୍ରୋପଚାର ହୋଇଛି।   ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଇଥାଏ । ଏପରି ଅସ୍ତ୍ରୋପଚାର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଆରମ୍ଭ ହୋଇଯାଇଥିବା ବେଳେ ଏସ୍‌ସିବିରେ ପ୍ରଥମ ଥର ପାଇଁ ହୋଇଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ରାଣୀ ପାତ୍ର ଗୁରୁତର  ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ରାତିରେ ଆପୋଲୋ ଡାକ୍ତରୀ ଦଳ ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇଥିବା ଘୋଷଣା କରିଥିଲେ । ତେବେ ଝିଅର ମୃତ୍ୟୁ ସୂଚନା ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ।

ଏନେଇ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପୁରା ପ୍ରକ୍ରିୟା ।

ଗତକାଲି ବିଳମ୍ବିତ ରାତିରେ କଟକ ବଡ ମେଡିକାଲର ଏକ ଡାକ୍ତରୀ ଟିମ୍ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ବାହାର କରି ମେଡିକାଲକୁ ଆଣିଥିଲେ । ପରେ ବିଶେଷଜ୍ଞ ଟିମ୍  ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିଥିଲେ । ଏଥିପାଇଁ ପ୍ରାୟ ୭ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ସୂଚନା ମିଳିଛି।

 

ଜଣେ ଲୋକର ବ୍ରେନ୍‌ ଡେଡ ହେବା ପରେ ୬ ଘଣ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗ ବାହାର କରାଯାଏ।  ଏହାପରେ ତୁରନ୍ତ ତାହାକୁ ପ୍ରତ୍ୟାରୋପଣ ବ୍ୟବସ୍ଥା କରାଯାଏ। ଅନ୍ୟ ରାଜ୍ୟମାନଙ୍କରେ ପୂର୍ବରୁ ଏହା ହୋଇସାରିଥିବା ବେଳେ ଏସସିବିରେ ପ୍ରଥମ ଘଟଣା।   ମୁଖ୍ୟତଃ ଅଙ୍ଗଦାନ କରିବାକୁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ଏପରି ଅସ୍ତ୍ରୋପଚାରରେ ଆମ ରାଜ୍ୟରେ ଉତ୍ସାହଜନକ ନୁହେଁ। ତେଣୁ ଏପରି ମାନସିକତାରେ ପରିବର୍ତ୍ତନ ଆସିପାରିଲେ ବହୁ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଛନ୍ତି କଳିଙ୍ଗ ହସ୍ପିଟାଲର କିଡନୀ ପ୍ରତିରୋପଣ ସର୍ଜନ ଡା. ବିଶ୍ୱଜିତ୍‌ ନନ୍ଦ।



from Odisha Reporter https://ift.tt/2SdwUhT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages