୮ଟି ଶ୍ରେଣୀକୁ ୪ଟି ରୁମ୍‌; ହଷ୍ଟେଲ୍‌ ପିଲାଙ୍କ ପାଇଁ ନଦୀ ଭରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

୮ଟି ଶ୍ରେଣୀକୁ ୪ଟି ରୁମ୍‌; ହଷ୍ଟେଲ୍‌ ପିଲାଙ୍କ ପାଇଁ ନଦୀ ଭରସା

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ବ୍ଳକରେ ରହିଛି ଖଣି ସରକାରୀ ଆଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୫୬ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୬ଜଣ ଶିକ୍ଷକ ଅଛନ୍ତି। ହେଲେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ୮ଟି ଶ୍ରେଣୀ ପାଇଁ ମାତ୍ର ଚାରୋଟି କକ୍ଷ ରହିଛି। ସେଥିପାଇଁ କିଛି ଶ୍ରେଣୀର ପିଲାଙ୍କୁ ସ୍କୁଲ୍ ବାରଣ୍ଡାରେ ବସାଇ ପାଠ ପଢ଼ାଯାଇଥାଏ। ଖରା, ବର୍ଷା ଓ ଶୀତରେ ସ୍କୁଲ ବାରଣ୍ଡାରେ ବସି ପିଲାମାନେ ପାଠ ପଢ଼ନ୍ତି। ଏଥିରେ ସେମାନଙ୍କୁ ଅସୁବିଧା ହେଉଥିଲେ ହେଁ, ଶିକ୍ଷକମାନଙ୍କ ପାଖରେ ଆଉ କିଛି ଉପାୟ ମଧ୍ୟ ନାହିଁ।

ସ୍କୁଲ୍‌ରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ରହିଛି। ଦୁଇଟି ଯାକ ହଷ୍ଟେଲ୍‌ରେ ମୋଟ ୨୭୦ ଛାତ୍ରଛାତ୍ରୀ ରହୁଛନ୍ତି। ଆଉ ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି ପାଣି। ସ୍କୁଲ ପରିସରରେ ତିନୋଟି ନଳକୂପ ଅଛି। ତା’ସହିତ ଦୁଇଟି ପାଣି ପମ୍ପ ରହିଛି। ହେଲେ ଆଠ ମାସ ହେବ ତିନୋଟି ଯାକ ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ଗୋଟିଏ ପାଣି ପମ୍ପ ବି କାମ କରୁନି। ବାକି ଗୋଟି଼ଏ ପମ୍ପରୁ ଉଠୁଥିବା ପାଣିକୁ ରୋଷେଇବାସ ପାଇଁ ବ୍ୟବହାର କରାଯାଉଛି। ତା’ସହିତ ପିଇବା ପାଇଁ ବ୍ୟବହାର କରାଯାଉଛି। ଗାଧୋଇବା ଓ ଶୌଚ ପାଇଁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନଦୀକୁ ଯାଉଛନ୍ତି ଛାତ୍ରଛାତ୍ରୀ। ଫଳରେ ଯେକୌଣସି ସମୟରେ କିଛି ଅଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସ୍କୁଲ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ସ୍କୁଲର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ନାୟକ କହିଛନ୍ତି, “ଆମ ସ୍କୁଲରେ ପାଣି ସମସ୍ୟା ରହିଛି। ତିନୋଟି ନଳକୂପ ଓ ଗୋଟିଏ ପାଣି ପମ୍ପ ଅଚଳ ହୋଇ ପଡ଼ିଥିବାରୁ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଭଲ ଥିବା ଗୋଟିଏ ପାଣି ପମ୍ପରୁ ପାଣି ପିଉଛୁ।”

ଛାତ୍ର ସରୋଜ ମଲ୍ଲିକ କହିଛନ୍ତି,“ ଆମ ସ୍କୁଲରେ ପାଣି ଓ ଶ୍ରେଣୀଗୃହ ସମସ୍ୟା ସହିତ ଶିକ୍ଷକଙ୍କର ବି ଅଭାବ ରହିଛି। ଯାହାଫଳରେ ପାଠ ପଢ଼ିବାରେ ଅସୁବିଧା ହେଉଛି।”

ମୋହନା ବିଡିଓ ବଂଶୀଧର ଖୋସଲା କହିଛନ୍ତି, “ଖଣି ସରକାରୀ ଆଶ୍ରମ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଛି। ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍କୁଲକୁ ଯାଇ ସମସ୍ୟାର ଅନୁଧ୍ୟାନ କରିବେ। ଖରା ଦିନ ଆସୁଥିବାରୁ ପ୍ରଥମେ ପାଣି ସମସ୍ୟାର ସମାଧାନ କରାଯିବ। ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରିପୋର୍ଟ ଦେଲା ପରେ ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନ କରାଯିବ।”

ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଠପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ସ୍କୁଲ୍‌ର ଭିତ୍ତିଭୂମି ପୁଣି ଥରେ ବାସ୍ତବ ଚିତ୍ର ଦେଖାଇ ଦେଇଛି। ଏହା ରାଜନୀତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳାର ପରିଣତି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।



from Odisha Reporter https://ift.tt/2Un9rgF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages