‘ଆମେ କ’ଣ ମାଡ଼ ଖାଇବାକୁ ଚାକିରି କରିଛୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

‘ଆମେ କ’ଣ ମାଡ଼ ଖାଇବାକୁ ଚାକିରି କରିଛୁ’

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  “ଆମେ କ’ଣ ମାଡ଼ ଖାଇବାକୁ ଚାକିରି କରିଛୁ। ରୋଗୀ ସେବା କରି ବି ମାଡ଼ ଖାଉଛୁ। ଆମର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ସବୁବେଳେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ଚୁପ୍‌ ରହୁଛନ୍ତି। ଫଳରେ ଆମେ ନିଜକୁ ଆଉ ସୁରକ୍ଷିତ ମଣୁ ନାହୁଁ।” ଏପରି କହିଛନ୍ତି ଆନ୍ଦୋଳନକୁ ଓହ୍ଲାଇଥିବା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ।

୧୩ ତାରିଖ ରାତିରେ ଜଣେ ରୋଗୀଙ୍କ ୨ ସମ୍ପର୍କୀୟ ପ୍ରତିମା ପ୍ରଧାନ ନାମ୍ନୀ ନର୍ସଙ୍କୁ ପିଟିଥିଲେ। ଏହି ଘଟଣାରେ ନର୍ସଙ୍କ ଅଭିଯୋଗ ସତ୍ତ୍ୱେ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଫଳରେ ଘଟଣାର ୨ ଦିନ ପରେ ବି ଅଭିଯୁକ୍ତମାନେ ବାହାରେ ବୁଲୁଛନ୍ତି। ଏହା ପ୍ରତିବାଦରେ ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ନର୍ସମାନେ। ଫଳରେ ରୋଗୀ ସେବା ଠପ୍‌ ହୋଇଯାଇଛି।

ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରିବା ସହିତ ହସ୍ପିଟାଲରେ କର୍ତ୍ତବ୍ୟରତ ନର୍ସମାନଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇ ଦେବା ଦାବୀରେ କାର୍ଯ୍ୟବନ୍ଦ କରୁଛନ୍ତି ନର୍ସ। ସେପଟେ ହସ୍ପିଟାଲ ଅଧିକ୍ଷକ ଓ ବଲାଙ୍ଗିର ଟାଉନ ଥାନା ଅଧିକାରୀ ଆନ୍ଦୋଳନକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ବୁଝାସୁଝା ଜାରି ରଖିଛନ୍ତି।

ଅଭିଯୋଗ ଅନୁସାରେ, ୧୩ ତାରିଖ ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଜଣେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଅର୍ଥୋପେଡ଼ିକ ୱାର୍ଡରୁ ମେଡିସିନ ୱାର୍ଡକୁ ଆଣିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟଙ୍କର ସେଠାରେ ଡ୍ୟୁଟିରେ ଥିବା ନର୍ସ ପ୍ରତିମା ପ୍ରଧାନଙ୍କ ସହ ବଚସା ହୋଇଥିଲା। ଏହାପରେ ସେମାନେ ପ୍ରତିମାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିଯୋଗୁ  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଆକ୍ରମଣ ପ୍ରତିବାଦରେ  କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନର୍ସମାନେ ଚେତାବନୀ ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ ।  ମେଡିକାଲରେ ବହୁ କମ୍ ସଂଖ୍ୟକ ନର୍ସରେ ରୋଗୀ ସେବା ଚାଲିଥିବା ବେଳେ ଏପରି ପରିସ୍ଥିତିରେ ସେମାନେ ନିଜକୁ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି। ତେଣୁ  ଡ୍ୟୁଟିରେ ଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମେଡିକାଲରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ସେମାନେ ଦାବି କରିଛନ୍ତି।



from Odisha Reporter https://ift.tt/37pbBPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages