ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ ବନ୍ଦ

ବରଗଡ଼( ଦୀପକ ଶର୍ମା): ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ। ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା।

ସୂଚନାଥାଉ କି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍‌କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଗତ ୩ ଦିନ ଧରି କଂଗ୍ରେସ, ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ଚାଲିଥିଲା । ଗତକାଲି ସହରବାସୀ ଆନ୍ଦୋଳନକୁ ଓହ୍ଲାଇ ବରଗଡ଼ ବନ୍ଦ କରିବା ସହ ହସ୍ପିଟାଲ୍ ପରିସରରେ ଓ ଥାନା ସାମ୍ନାରେ ଧାରଣା ଦେଇଥିଲେ।

ଏହି ସମୟରେ ହଜାର ହଜାର ସଂଖ୍ୟାରେ ସହରବାସୀ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ତେବେ ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲୁ ରହିବା ନେଇ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଜିଲ୍ଲାପାଳ ସୋମବାର ସନ୍ଧ୍ୟାରେ ସମସ୍ତ ଦଳର ନେତା, ସଂଘ ଓ ସଂଗଠନକୁ ବୈଠକ ପାଇଁ ଡାକିଥିଲେ ମଧ୍ୟ କେହି ଆସିନଥିଲେ ।  ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।



from Odisha Reporter https://ift.tt/2UnyznN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages