୯୦୦ ପାର ହେଲା କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

୯୦୦ ପାର ହେଲା କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା

ବେଜିଂ: ଘାତକ କରୋନା ଭାଇରସରେ ରବିବାର ୯୭ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୩,୦୬୨ କରୋନାରେ ସଂକ୍ରମିତ ହୋଇଛନ୍ତି। ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଯାବତ ୯୦୮ ଜଣ ଲୋକଙ୍କର ଏହି ଭାଇରସ ଦ୍ୱାରା ମୃତ୍ୟୁ ଘଟିଛି। ରବିବାର ପ୍ରାଣ ହରାଇଥିବା ୯୭ ଜଣଙ୍କ ମଧ୍ୟରୁ ୯୧ ଜଣ ହୁବେଇର। ଯେଉଁଠୁ ଏହି କରୋନା ଭାଇରସର ଉତ୍ପତ୍ତୀ ହୋଇଛି। ମୋଟ୍ ୪୦,୧୭୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ମୁତାବିକ ହୁବେଇ ବାହାରେ ରବିବାର ମୋଟ୍ ୪୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୁବେଇ ବାହାରେ ଗତ ସପ୍ତାହରେ ସୋମବାର ୮୯୦, ମଙ୍ଗଳବାର ୭୩୧, ବୁଧବାର ୭୦୭, ଗୁରୁବାର ୬୯୬, ଶୁକ୍ରବାର ୫୫୮ ଏବଂ ଶନିବାର ୫୦୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଓ୍ୱାର୍ଲଡ ହେଲଥ ଓରଗାନାଇଜେସନ (WHO) ଡାଇରେକ୍ଟର ଜେନେରାଲ ଟ୍ରେଡ୍ରାଁସ ଏଡୋନମ କହିଛନ୍ତି, ଚୀନକୁ ଏ ନେଇ ରିପୋର୍ଟ ମଗାଯାଇଛି। ଚୀନ ସରକାର ଏ ନେଇ ଜବାବ ଦେବା ପରେ ଏକ ବିଶେଷଜ୍ଞ ଟିମ୍ ଆସନ୍ତା ସପ୍ତାହରେ ଚୀନ ଅଭିମୁଖେ ଗସ୍ତ କରିବ।



from Odisha Reporter https://ift.tt/2UFinOE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages