ଭବାନୀପାଟଣା (ରାଜକୁମାର ସିଂହଦେଓ): ଡାକ୍ତର ବାବୁଙ୍କ ବଦଳି ପରେ ଗାଁ ଲୋକେ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ରଥଙ୍କ ନିକଟରେ ପୁରୀ ଜିଲ୍ଲା ପିପିଲି ଡାକ୍ତରଖାନାକୁ ବଦଳି ହୋଇଥିଲା। ହେଲେ ଗତକାଲି ଡାକ୍ତର ବାବୁଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦେଲା ବେଳେ ଗାଁ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ।
୨୦୧୫ ମସିହାରେ ଡାକ୍ତର ଅବିନାଶ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ ଯୋଗ ଦେଇଥିଲେ। ସେ ନିଜ କାର୍ଯ୍ୟରେ ଯୋଗ ଦାନ ଦେଲା ଦିନଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ। ଆଉ ନିଜର ମଧୁର ବ୍ୟବହାର ଓ କର୍ତ୍ତବ୍ୟପରାୟଣତାରେ ଲୋକଙ୍କ ମନ ଜିଣି ପାରିଥିଲେ। ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବା ସହ ସେ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ଏଥିସହ ଦୁର୍ଗମ ଅଞ୍ଚଳ ଓ ପାହାଡ଼କୁ ଅତିକ୍ରମ କରି ରୋଗୀଙ୍କ ପାଖରେ ପହଞ୍ଚି ତାଙ୍କ ସେବା କରୁଥିଲେ। ଏହାସହ ସେ ଜଣେ ପଶୁପ୍ରେମୀ ମଧ୍ୟ ଥିଲେ। ଥୁଆମୂଳ ରାମପୁର ଅଞ୍ଚଳରେ କାହା ଘରେ ସାପ ବାହାରିବା ନେଇ ଖବର ପାଇଲେ ସାପକୁ ନ ମାରି ନିଜେ ଧରି ଜଙ୍ଗଲରେ ଛାଡ଼ି ଦେଉଥିଲେ। ଏହାସହ ସାପକୁ ନମାରିବା ପାଇଁ ମଧ୍ୟ ସଚେତନ କରୁଥିଲେ। ଡାକ୍ତର ଅଭିନାଶଙ୍କ ବିଦାୟ ବେଳେ ଥୁଆମୂଳ ରାମପୁର ଅଞ୍ଚଳରେ ଶୋକାକୂଳ ପରିବେଶ ସ୍ଥିତି ହୋଇଥିଲା।
ଥୁଆମୂଳ ରାମପୁରର ଜଣେ ବାସିନ୍ଦା କହିଛନ୍ତି, “ଡାକ୍ତରବାବୁ ଆମକୁ ଛାଡ଼ି ପଳାଉଛନ୍ତି, ଆମ ଆତ୍ମା ଜଳୁଛି। ଏମିତି ଡାକ୍ତର ଆମକୁ ଆଉ ମିଳିବେନି।”
ଡାକ୍ତର ଅବିନାଶ ରଥ କହିଛନ୍ତି, “ମୁଁ ୫ ବର୍ଷରେ ଏଠାରେ ବହୁ ଉତ୍ସାହ ସହ କାମ କରିଛି। ଏଠାରେ ମୋର ବହୁତ ସ୍ମୃତି ରହିଛି। ମୋତେ ଏଭଳି ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯିବ ବୋଲି ମୁଁ ଭାବି ନଥିଲି।”
from Odisha Reporter https://ift.tt/2TwVNWz
No comments:
Post a Comment