ମାଡ଼ିଗଲା ଟ୍ରକ୍‌; ଦମ୍ପତି ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ମାଡ଼ିଗଲା ଟ୍ରକ୍‌; ଦମ୍ପତି ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ  ଭାରତୀ ଚଇନି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଣ୍ଡା ଗାଁରେ।

ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଭଗବାନ ଓ ଭାରତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୁନାରେ  ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ। ଏହି ସମୟରେ କୁଲାମ ଓ ଭେସି ଗାଁ ନିକଟରେ ସେମାନେ ରାସ୍ତା ପାର ହେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/3cfrJH8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages