ବିଜୟଙ୍କ ପିଟିସନ୍‌ରେ ଫସି ଯିବେ କି ସ୍ୱରା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ବିଜୟଙ୍କ ପିଟିସନ୍‌ରେ ଫସି ଯିବେ କି ସ୍ୱରା ?

ମୁମ୍ବାଇ: ବିଭିନ୍ନ ସାମାଜିକ ଓ ରାଜନୀତି ପ୍ରସଙ୍ଗରେ ଖୋଲା ମତ ରଖନ୍ତି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର। ଏଥିପାଇଁ ଅନେକ ସମୟରେ ସେ ବିବାଦ ଘେରକୁ ବି ଚାଲି ଯାଇଛନ୍ତି। କିନ୍ତୁ ଏବେ ତାଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସେ ଧର୍ମ ନାଁରେ ଲୋକଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ ତାଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଆସନ୍ତା ୨୦ ତାରିଖରେ ଏହି ପିଟିସନ୍‌ ଉପରେ ଶୁଣାଣି ହେବ।

ସ୍ୱରାଙ୍କ ବିରୋଧରେ କାନ୍‌ପୁର କୋର୍ଟରେ ଏହି ପିଟିସନ୍‌ ଦାଖଲ ହୋଇଛି। ବିଜୟ ବକ୍ସି ନାମକ ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସ୍ୱରା ଭାସ୍କର ଜାତି ଓ ଧର୍ମ ନାଁରେ ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରିବା ସହିତ ସେମାନଙ୍କ ମନରେ ପରସ୍ପର ପ୍ରତି ଅବିଶ୍ୱାସ ଭାବ ଜନ୍ମାଇବାକୁ ପ୍ରୟାସ କରିଛନ୍ତି। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଦେଶର ଛବି ମଳିନ ହେଉଛି।

ବିଜୟ ଆହୁରି କହିଛନ୍ତି ଯେ ସ୍ୱରା ଜଣେ ଜଣାଶୁଣା ବଲିଉଡ୍ ଅଭିନେତ୍ରୀ। ତାଙ୍କୁ ବହୁତ ଲୋକ ଅନୁକରଣ କରନ୍ତି। ହେଲେ ସେ ଅନେକ ସମୟରେ ଲୋକଙ୍କୁ ଉସକେଇବା ଭଳି କଥା କହନ୍ତି। ତାଙ୍କ ଭାଷଣ ଓ ଟ୍ୱିଟ୍‌ରେ ମଧ୍ୟ ଏ ପ୍ରକାର କଥା ଦେଖିବାକୁ ମିଳେ। ତେବେ ଏ ପ୍ରସଙ୍ଗରେ ସ୍ୱରାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ସ୍ୱରା ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବି ସେ ସ୍ୱର ଉତ୍ତୋଳନ କରିଛନ୍ତି। ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ସ୍ୱରା ଟ୍ୱିଟ୍‌ କରି ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ସେହିପରି ଗାୟକ ଅଦନାନ୍‌ ସାମୀଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ଦିଆଯିବା ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। କେବଳ ଏତିକି ନୁହେଁ ଜେଏନ୍‌ୟୁ ବିବାଦ, ଶାହୀନବାଗ ଗୁଳିକାଣ୍ଡ ଓ ଦିଲ୍ଲୀ ହିଂସା କାଣ୍ଡକୁ ନେଇ ମଧ୍ୟ ସେ ତାଙ୍କ ମତ ଦେଇଛନ୍ତି।



from Odisha Reporter https://ift.tt/39f3RSf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages