ଏକାଠି ଆସିବେ ପ୍ରଭାସ ଓ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଏକାଠି ଆସିବେ ପ୍ରଭାସ ଓ ଦୀପିକା

ଚେନ୍ନାଇ: ‘ବାହୁବଳୀ’ ଫେମ୍ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଆଗକୁ ତାଙ୍କର ଏକ ବଡ଼ ଫିଲ୍ମ ଆସିବାକୁ ଯାଉଛି। ଏହି ଫିଲ୍ମରେ ସେ ଜଣେ ସୁପର ହିରୋ ଭୂମିକାରେ ନଜର ଆସିବେ। ଆଉ ଏଥିରେ ତାଙ୍କ ସହିତ ବଲିଉଡ୍‌ର ଅନ୍ୟତମ ସଫଳ ନାୟିକା ଦୀପିକା ପାଦୁକୋନ ଅଭିନୟ କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁୟାୟୀ, ନିର୍ମାତା ନାଗ ଅଶ୍ୱିନ ଏହି ଫିଲ୍ମ କରିବେ। ଫିଲ୍ମ ବିଷୟରେ ଆଉ ବିଶେଷ କିଛି ସୂଚନା ମିଳି ନଥିବା ବେଳେ ଏଥିରେ ଦୀପିକା ବି ଅଭିନୟ କରିବେ ବୋଲି କୁହାଯାଉଛି। ଏଥିରେ ଆଉ କିଛି ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

‘ବାହୁବଳୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ସୁପର୍‌ହିଟ୍ ହେବା ପରେ ‘ସାହୋ’ ଉପରେ ଦର୍ଶକଙ୍କର ଖୁବ୍ ଭରସା ଥିଲା। ଫିଲ୍ମଟି ବହୁତ ଭଲ ହେବ ବୋଲି ସମସ୍ତେ ଭାବିଥିଲେ। ହେଲେ ଦର୍ଶକଙ୍କ ଆଶାମୁତାବକ ଫିଲ୍ମଟି ହୋଇ ନଥିଲା। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ ଶ୍ରଦ୍ଧା କପୁର। ଏ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ତେବେ ଖବରଟି ଯଦି ସତ ହୁଏ, ତା’ହେଲେ ଦୀପିକା ଓ ପ୍ରଭାସଙ୍କ ଯୋଡ଼ି ପରଦାରେ କ’ଣ ଯାଦୁ ଚଲାଇବ ଦେଖିବା ବାକି ରହିଲ।

ବର୍ତ୍ତମାନ ପ୍ରଭାସ ଅଭିନେତ୍ରୀ ପୂଜା ହେଗଡ଼େଙ୍କ ସହ ଫିଲ୍ମ ‘ଜାନ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାର ଶୁଟିଂ ଶେଷ ହେଲା ପରେ ସେ ନୂଆ ପ୍ରୋଜେକ୍ଟର କାମ ଆରମ୍ଭ କରିବେ। ଅନ୍ୟପଟେ ଦୀପିକା ପାଦୁକୋନ୍‌ଙ୍କ ଏବେ ‘83’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ବାହାଘର ପରେ ସେ ପ୍ରଥମଥର ପାଇଁ ସ୍ୱାମୀ ରଣବୀର ସିଂହଙ୍କ ସହ ସ୍କ୍ରିନ୍‌ ଶେଆର କରୁଛନ୍ତି। ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ୍‌ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/39donTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages