ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଘୋଟଶ୍ୱର ଗାଁ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି ।

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟଶ୍ୱର ଗାଁରୁ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ । ମାତ୍ର  ଘୋଟଶ୍ୱର ଗାଁରୁ ବାହାରି ଜାତୀୟ ରାଜପଥକୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍‌ ବାଇକ୍‌ଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଉପାସୀଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି। କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି ।



from Odisha Reporter https://ift.tt/3csnMPR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages