କେଶ ଝଡ଼ିବା ବନ୍ଦ କରେ ଚିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

କେଶ ଝଡ଼ିବା ବନ୍ଦ କରେ ଚିନି

ଭୁବନେଶ୍ୱର: ଓଜନ ବଢ଼ିବାର ଗୋଟିଏ କାରଣ ହେଉଛି ଚିନି। ତେଣୁ ଅଧିକାଂଶ ଲୋକ ଖାଦ୍ୟରୁ ଚିନିକୁ ବାଦ୍‌ ଦେଇଥା’ନ୍ତି। କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ। ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ ଚାମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍‌ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ।

ଚିନି କେଶରେ ଏକ କଣ୍ଡିସନର୍‌ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି କରିବା ଦ୍ୱାରା ଅନ୍ୟ କେଉଁସବୁ ଲାଭ ମିଳିଥାଏ।

  • ପ୍ରଥମେ କେଶକୁ ଓଦା କରିନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ। ଏହାପରେ କେଶକୁ ଧୋଇ ଦିଅନ୍ତୁ।
  • ଯଦି ଆପଣ କେଶ ବଢ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇପାରିବେ।
  • ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ। ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ।
  • ଶୀତଦିନେ କେଶରେ ରୁପି ସମସ୍ୟା ରହିଥାଏ। ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ। ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତୁ।


from Odisha Reporter https://ift.tt/2Ig6reJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages