କରୋନା ଗୁଜବ; ରାତି ଅଧରେ ମନ୍ଦିରରେ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

କରୋନା ଗୁଜବ; ରାତି ଅଧରେ ମନ୍ଦିରରେ ଭିଡ଼

ନବରଙ୍ଗପୁର(ନବଘନ ବିଶୋୟୀ): କରୋନାର ଭୟାବହତା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଗ୍ରାମାଞ୍ଚଳରେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଗୁଜବ। କରୋନାକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଉଁଳି ଗାଁ ଲୋକେ ରାତି ଅଧରେ ଠାକୁରଙ୍କ ପାଖରେ ଅଧିଆ ପଡ଼ିଛନ୍ତି।

ଗାଁରେ ପ୍ରଚାରିତ ଗୁଜବ ଅନୁଯାୟୀ, ଯେଉଁ ପରିବାରରେ ଗୋଟିଏ ସନ୍ତାନ ଥିବେ ସେହି ପରିବାର ପକ୍ଷରୁ ଗାଁ ଶିବ ମନ୍ଦିରରେ ପୂଜା କରିବାକୁ ହେବ। ନହେଲେ ପରିବାର ସଦସ୍ୟଙ୍କ କ୍ଷତି ହେବା ସହ ଜୀବନ ମଧ୍ୟ ଯାଇପାରେ ବୋଲି ପ୍ରଚାର ଆରମ୍ଭ ହୋଇଗଲା ।

ଫଳ  ଅନ୍ଧ ବିଶ୍ୱାସର ଶିକାର ହୋଇ ଗାଁ ଲୋକେ ମନ୍ଦିରକୁ ୨ କିଲୋମିଟର ଦୂରରେ ଥିବା ମୈଦଲପୁର ଗ୍ରାମ ଶିବ ମନ୍ଦିରକୁ ଦୌଡ଼ିବାକୁ ଲାଗିଥିଲେ l କିଛି ସମୟ ମଧ୍ୟରେ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା l ଅପପ୍ରଚାର ଶୁଣି ମୈଦଲପୁର ଗ୍ରାମବାସୀ ମଧ୍ୟ ମନ୍ଦିରକୁ ଯିବାକୁ ଲାଗିଲେ।  ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିବା ସୂଚନା ମିଳିଛି।

 



from Odisha Reporter https://ift.tt/2UajFzt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages