ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଭୟ ନେଇ ପୁଲିସ୍ ଡିଜି ଅଭୟ ଜାରି କରିଛନ୍ତି ଆଡଭାଇଜାରି। କରୋନା ସତର୍କତା ନେଇ ସମସ୍ତ SP, କଟକ ଓ ଭୁବନେଶ୍ୱର DCPଙ୍କୁ ଡିଜିପି ଚିଠି ଲେଖିଛନ୍ତି। ପୁଲିସ୍ କର୍ମଚାରୀ ତଥା ଅଧିକାରୀଙ୍କୁ କରୋନା ପାଇଁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି।
ସାବୁନ୍ରେ ଭଲ ଭାବେ ହାତ ଧୋଇବା, ଛିଙ୍କ ବେଳେ ମୁହଁରେ ଟିସୁ ପେପର କିମ୍ବା ରୁମାଲ୍ ବ୍ୟବହାର, ଜ୍ୱର ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ଡାକ୍ତରଙ୍କ ପାଖକୁ ଯିବାବେଳେ ମୁହଁରେ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦେଇଛନ୍ତି ଡିଜିପି।
ସେହିପରି ପୁଲିସ୍ ପକ୍ଷରୁ କୌଣସି ଉତ୍ସବ ପାଳନ କରିବାକୁ ମଧ୍ୟ ଡିଜିପି ବାରଣ କରିଛନ୍ତି। ସୋଶାଲ ମିଡ଼ିଆରେ କରୋନାକୁ ନେଇ ହେଉଥିବା ଗୁଜବ ଉପରେ ନଜର ରଖିବା ସହ ଗୁଜବ ସୃଷ୍ଟିକାରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।
from Odisha Reporter https://ift.tt/2vrXEUw
No comments:
Post a Comment