ବିନିକି (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରିଡ଼ି ଗାଁରେ ଜଣେ ବୃଦ୍ଧାଙ୍କ ଉପରେ ସଜନା ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବାସନ୍ତୀ ମହାନନ୍ଦ (୭୨)। ତାଙ୍କ ଘର ଗାଁର ହରିଜନପଡ଼ାରେ।
ଗତକାଲି ସକାଳେ ବାସନ୍ତୀ ତାଙ୍କ ଘର ବାରିପଟେ ବାସନକୁସନ ସଫା କରୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ସଜନା ଗଛ ହଠାତ୍ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ଏଥିଯୋଗୁ ବାସନ୍ତୀଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଓ ସାହି ପଡ଼ିଶା ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
from Odisha Reporter https://ift.tt/39AT0Cj
No comments:
Post a Comment