‘ତାନାଜୀ’ ରେକର୍ଡ ଭାଙ୍ଗିଲା ‘ବାଗୀ ୩’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

‘ତାନାଜୀ’ ରେକର୍ଡ ଭାଙ୍ଗିଲା ‘ବାଗୀ ୩’

ମୁମ୍ବାଇ: ଗତ ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହୋଇଥିବା ‘ବାଗୀ ୩’ ବକ୍ସ ଅଫିସ୍‌ରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ଏଥିରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ଦର୍ଶକଙ୍କ ମନ ଜିତୁଛି। ଫିଲ୍ମଟି ଓପନିଂ ଡେ’ରେ ୧୭.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ବି ଏହି ଧାରା ଜାରି ରହିଥିଲା। ସୂଚନା ଅନୁଯାୟୀ, ଶନିବାର ଫିଲ୍ମଟି ୧୭ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଏହି ସୂଚନା ଶେଆର୍ କରିଛି।

ଦୁଇ ଦିନରେ ଫିଲ୍ମଟି ୩୪.୫୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ଦୁଇ ଦିନର ଆୟ ଦେଖି ଅନୁମାନ କରାଯାଉଛି ଯେ ରବିବାର ଏହା ୫୦ କୋଟି ଛୁଇଁ ଯିବ। ତେବେ ତା’ ପୂର୍ବରୁ ‘ବାଗୀ ୩’ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ତାନାଜୀ’ର ରେକର୍ଡ଼ ଭାଙ୍ଗିଦେଇଛି। ‘ତାନାଜୀ’ ପ୍ରଥମ ଦିନରେ ୧୫.୧୦ କୋଟି ଟଙ୍କା ଆୟ କରିଥିଲା। ହେଲେ ‘ବାଗି ୩’ ୧୭.୫୦ କୋଟି ଟଙ୍କା ଆୟ ସହ ୨୦୨୦ର ହାଇଏଷ୍ଟ ଓପନିଂ କଲେକ୍‌ସନ୍‌ ତାଲିକାର ଶୀର୍ଷରେ ରହିଛି।

ଫିଲ୍ମରେ ଟାଇଗର ସବୁଠୁ ଖତରନାକ୍‌ ମିଶନ୍‌ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍‌ ସହ ନୁହେଁ, ପୂରା ଦେଶ ଓ ଆତଙ୍କବାଦ ସହ ରହିଛି। ଏଥିରେ ସେ ନିଜ ଭାଇ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଛି। ଦୁଇ ଭାଇଙ୍କର ନିବିଡ଼ ସମ୍ପର୍କ ଦର୍ଶକଙ୍କୁ ବେଶ୍‌ ଭଲଲାଗୁଛି।

View this post on Instagram

2 days to go🔥 #Baaghi3

A post shared by Tiger Shroff (@tigerjackieshroff) on

ସୂଚନାଯୋଗ୍ୟ, ଏହା ହେଉଛି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ ସିରିଜ୍‌ର ତୃତୀୟ ଫିଲ୍ମ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଜ୍ୟାକି ଶ୍ରଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ‘ବାଗୀ ୨’ରେ ଲିଡ୍ ରୋଲ୍‌ରେ ଅଭିନୟ କରିଥିବା ଦିଶା ପଟାନୀ ଏଥିରେ ଏକ ଆଇଟମ୍ ସଙ୍ଗରେ ଅଛନ୍ତି। ଅହମଦ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସାଜିଦ୍‌ ନାଡିଆଡ଼ବାଲା ଏହାର ପ୍ରଯୋଜନା କରିଛନ୍ତି।

 



from Odisha Reporter https://ift.tt/2Iqh2nI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages